ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ ଦୁଇଟି ବୋମା ଘଟଣାସ୍ଥଳରେ ଫୁଟିଛି। ଆଉ ଏକ ଅଫୁଟା ବୋମାକୁ ପୋଲିସ ଜବତ କରିଛି। ବୋମା ଦୁଇଟି ମଦ ଦୋକାନ ଲୁହାଗ୍ରୀଲରେ ବାଜି ଫୁଟିଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ। ବୋମାମାଡ଼ କରିଥିବା ଯୁବକ ଜଣକ ପୁରୁଣା ମଦ ଦୋକାନର କର୍ମଚାରୀ ବୋଲି ସନ୍ଦେହ କରାଯାଉଛି। ଅଭିଯୋଗ ପରେ କୋଣାର୍କ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share