ହସ୍ପିଟାଲରେ ଥିବା ଫଟୋ ଟୁଇଟ୍‌ କଲେ ବୋଲସୋନାରୋ

ଓ୍ବାଶିଂଟନ୍‌,୧୧ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋ ଆମେରିକାର ଫ୍ଲୋରିଡାସ୍ଥିତ ଓର୍ଲାଣ୍ଡୋର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳର ଫଟୋକୁ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ୨୦୧୮ରେ ଏକ ରାଜନୈତିକ ରାଲି ବେଳେ ପେଟରେ ଛୁରାମାଡ଼ ଯୋଗୁ ସୃଷ୍ଟି ହୋଇଥିବା ପୁରୁଣା କ୍ଷତ ପାଇଁ ସେ ଚିକିତ୍ସାଧୀନ ଥିବା ନିଜ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ସୋମବାର ବୋଲସୋନାରୋଙ୍କ ସମର୍ଥକମାନେ ନବନିର୍ବାଚିତ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ଇସ୍ତଫା ଦାବିରେ ପାର୍ଲାମେଣ୍ଟରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ବ୍ରାଜିଲ ପୋଲିସ ୧,୫୦୦ରୁ ଊର୍ଦ୍ଧ୍ୱ ବୋଲସୋନାରୋ ସମର୍ଥକଙ୍କୁ ଗିରଫ କରିଛି। ସେପଟେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶରୁ ତୁରନ୍ତ ବିଦା କରାଯାଉ ବୋଲି ଅନେକ ଆମେରିକୀୟ ଆଇନପ୍ରଣେତା ଦାବି କରିଛନ୍ତି। ଏଭଳି ସମୟରେ ବୋଲସୋନାରୋଙ୍କ ଫଟୋକୁ ନେଇ ନାନା ଚର୍ଚ୍ଚା ହେଉଛି।

Share