ପୋଲିସ ସହ ବୋଲ୍‌ସୋନାରୋ ସମର୍ଥକଙ୍କ ସଂଘର୍ଷ

ରିଓ ଡି ଜେନେରୋ,୧୪।୧୨: ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଛି। ସମର୍ଥକମାନେ ଅନେକ ଗାଡ଼ି ପୋଡ଼ିଦେବା ସହ ସଂଘୀୟ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସଂଘର୍ଷର କାରଣ ସ୍ପଷ୍ଟ ହୋଇ ନାହିଁ। ଅକ୍ଟୋବର ୩୦ ନିର୍ବାଚନରେ ବୋଲ୍‌ସୋନାରୋ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡା ସିଲ୍‌ଭାଙ୍କଠାରୁ ହାରିଯାଇଥିଲେ। ତାଙ୍କ ସମର୍ଥକମାନେ ଏହି ପରାଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।

Share