Categories: ଖେଳ

ବାପା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର, ଏଭଳି ହେଉଛି ଚର୍ଚ୍ଚା

ଗତ ଫେବୃୟାରୀ ୨୮ରେ ବଲିଉଡ୍‌ ଅଭିନେତ୍ରୀ ହେଜେଲ କିଚ ୩୪ ବର୍ଷର ହୋଇଥିଲେ। ଏହି ଜନ୍ମଦିନକୁ ପାଳନ କରିବା ପାଇଁ ହେଜେଲଙ୍କ ସ୍ବାମୀ ତଥା କ୍ରିକେଟର ଯୁବରାଜ ସିଂ ଏକ ପାର୍ଟି ରଖିଥିଲେ। ଉକ୍ତ ପାର୍ଟିରେ କେବଳ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଏହାର ଫଟୋ ଏବଂ ଭିଡିଓ ଯୁବରାଜ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଥିଲେ। କ୍ୟାପଶନରେ ସେ ଲେଖିଥିଲେ, ‘ହାପି ବାର୍ଥ ଡେ ହେଜେଲ’। ଏହି ଫଟୋରେ ଯୁବରାଜଙ୍କୁ ନୀଳ ରଙ୍ଗର ଟି-ସର୍ଟରେ ଦେଖିବାକୁ ମିଳୁଛି। ତେବେ ଏହି ଫଟୋକୁ ଦେଖିବା ପରେ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି କି ବୋଲି ହିଜେଲ ଏବଂ ଯୁବରାଜଙ୍କୁ ପ୍ରଶଂସନମାନେ ପ୍ରଶ୍ନ କରିବାରେ ଲାଗିଛନ୍ତି। ମାତ୍ର ଏ ନେଇ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ।

Share