ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଅଭିନେତା

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତାଠାରୁ ଅଧିକ ପରିଚିତ ହୋଇଛନ୍ତିି ତାଙ୍କର ବଦାନ୍ୟତା ପାଇଁ। ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବାଠାରୁ ଆରମ୍ଭକରି ସେମାନଙ୍କୁ ଚାକିରି ଯୋଗାଇ ଦେବା ପର୍ଯ୍ୟସ୍ତ ସୋନୁ ଅନେକ ସାହାଯ୍ୟ କରିଛନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ସେ ପାଲଟିଯାଇଛନ୍ତି ରିୟଲ ଲାଇଫ୍‌ ହିରୋ। ଏସବୁ ମଧ୍ୟରେ ଏବେ ଜଣେ ଜଣାଶୁଣା ଅଭିନେତା ବିଦ୍ୟୁତ ଜାମଓ୍ବାଲ ମଧ୍ୟ ସୋନୁଙ୍କ ସାହାଯ୍ୟ ଲୋଡିଛନ୍ତି। ବିଦ୍ୟୁତ୍‌ ତାଙ୍କର ନର୍ଗିସ ଖୋଜୁଛନ୍ତି, ଏଥିପାଇଁ ସେ ସୋନୁଙ୍କ ସହାୟତା ଲୋଡିଛନ୍ତି। ବିଦ୍ୟୁତ୍‌ଙ୍କ ଏହି ଆବେଦନ ଉପରେ ସୋନୁ ମଧ୍ୟ ଏହାର ଉତ୍ତର ଦେଇଛନ୍ତି।
ସୋନୁଙ୍କୁ ସୋସିଆଲ ମିଡିଆଲେ ଟ୍ୟାଗ୍‌କରି ବିଦ୍ୟୁତ୍‌ ଲେଖିଛନ୍ତି, ମୋତେ ମୋର ନର୍ଗିସ ଦରକାର। ଏବେ ପର୍ଯ୍ୟନ୍ତ କେହି ନାହାନ୍ତି। ମୁଁ ଶୁଣିଛି, ସୋନୁ ଅଲଗା ହୋଇଥିବା ଲୋକଙ୍କୁ ତାଙ୍କ ପରିବାର ସହ ମିଶାଇ ଦେଉଛନ୍ତି। ମୋତେ ସାହାଯ୍ୟ କର। # ଫାଇଣ୍ଡନର୍ଗିସ # ଖୁଦା ହାଫିଜ୍‌ ବୋଲି ସେ ଲେଖିଛନ୍ତି।


ସୋନୁ ଏହାର ଉତ୍ତର ଦେଇ ବିଦ୍ୟୁତ୍‌ଙ୍କୁ ଟ୍ୟାଗ୍‌କରି ଲେଖିଛନ୍ତି, ଭାଇ ବିଦ୍ୟୁତ୍‌, ଏଥିପାଇଁ ଆପଣଙ୍କୁ ନୋମାନ ଯିବାକୁ ପଡ଼ିବ ଏବଂ କେବେଳ ଆପଣ ହିଁ ଏହି କାମ କରିପାରିବେ।

Share