ବଳାତ୍କାର ଅଭିଯୋଗ ଆଣିଲେ ଅଭିନେତ୍ରୀ

ବଲିଉଡ୍‌ର ଜଣେ କାଷ୍ଟିଂ ନିର୍ଦ୍ଦେଶକ ଛୋଟ ପରଦାର ଜନୈକା ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓ୍ବେବ୍‌ ସିରିଜ୍‌ରେ କାମ କରୁଥିବା ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକ ଆୟୁଷ ତିଓ୍ବାରୀଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ମୁମ୍ବାଇ ଭର୍ସୋଭା ଥାନା ପୋଲିସ ଆୟୁଷଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।
ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କାଷ୍ଟି ନିର୍ଦ୍ଦେଶକ ଆୟୁଷ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨ ବର୍ଷ ହେବ ବଳାତ୍କାର କରିଆସୁଥିଲେ। ଏହି ଖବର ଜଣାପଡ଼ିବା ପରେ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକଙ୍କ ସହ ଏକ ଓ୍ବେବ୍‌ ସିରିଜ୍‌ରେ କାମ କରୁଥିଲେ। ଏନେଇ ଭର୍ସୋଭା ପୋଲିସ ଷ୍ଟେଶନର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Share