ପୁଣିଥରେ ବଲିଉଡ୍‌କୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ: ଏଥିପାଇଁ କମ୍‌ କଲେ ୧୫ କିଲୋ ଓଜନ

‘ମିଟୁ’କୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଲମ୍ବା ବ୍ୟବଧାନ ପରେ ପୁଣିଥରେ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟକରି ତନୁଶ୍ରୀ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ନିଜର ୧୫ କିଲୋ ଓଜନ କମ୍‌ କରିଥିବା ମଧ୍ୟ ଜଣାଇଛନ୍ତି। ତନୁଶ୍ରୀଙ୍କ ହଠାତ୍‌ ଏପରି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ତନୁଶ୍ରୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲମ୍ବା ପୋଷ୍ଟ ଶେୟାର କରି ଲେଖିଛନ୍ତି, ମୁଁ ଆଇଟିରେ କାମ କରୁଥିବା ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ମୁଁ ଆଇଟିୋର କାମ କରୁନାହିଁ ବରଂ ଏଥିପାଇଁ ତାଲିମ ନେଉଛି। ଆମେରିକା ସରକାରଙ୍କ ପ୍ରତିରକ୍ଷା କ୍ଷେତ୍ରରେ ମୋତେ ଏକ ବଡ଼ ସୁଯୋଗ ଥିଲା। କିନ୍ତୁ ମୁଁ ଏହାକୁ ଗ୍ରହଣ କଲି ନାହିଁ। କାରଣ ମୁଁ ଜଣେ ଅଭିନେତ୍ରୀ, ତେଣୁ ଅଭିନୟରେ କ୍ୟାରିୟର କରିବାକୁ ଚାହୁଁଛି ବୋଲି ଅନୁଶ୍ରୀ କହିଛନ୍ତି। ଅନେକ ଫିଲ୍ମ ଏବଂ ଓ୍ବେବ୍‌ ସିରିଜ୍‌ରେ ସୁଯୋଗ ମିଳିଥିବା ତନୁଶ୍ରୀ କହିଛନ୍ତି।

Share