କରୋନାକୁ ହରାଇବା ପରେ ଫିଟ୍‌ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କରୋନା ତାଙ୍କୁ ସମ୍ପୂର୍ଣ୍ଣ ରୂପ ଭାଙ୍ଗଦେଇଛି। ନିଜକୁ ପୁଣିଥରେ ଫିଟ୍‌ ରଖିବା ପାଇଁ ତମନ୍ନା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜର ଷ୍ଟାମିନା ବଢ଼ାଇବା ପାଇଁ କସରତ କରିବାରେ ଲାଗିପଡ଼ିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ଜଣାଇବା ସହ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଫିଟନେସକୁ ଫେରୁଛି। ପ୍ରଥମ ଦିନ ନିଜର ଷ୍ଟେମିନା ଫେରାଇ ଆଣିବା ପାଇଁ ବେବି ପଦକ୍ଷେପ ନେଇଥିବା କହିଛନ୍ତି। କରୋନାରୁ ସୁସ୍ଥ ହେବା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କୁହିଛନ୍ତି।

Share