ବଲିଉଡ୍‌ର ଏହି ସୁପରଷ୍ଟାରମାନେ ହଲିଉଡ୍‌ରେ ବି କରିଛନ୍ତି ଦମ୍‌ଦାର ଅଭିନୟ

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର ହଲିଉଡ୍‌ ଫିଲ୍ମରେ ମଧ୍ୟ ସେମାନଙ୍କର ଦମ୍‌ଦାର ଅଭିନୟ ଦେଖାଇଛନ୍ତି। ଇରଫାନ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସୁପରଷ୍ଟାରମାନେ ହଲିଉଡ୍‌ରେ ସେମାନଙ୍କ ଜଲ୍‌ଓ୍ବା ଦେଖାଇଛନ୍ତି। ଏପରିକି କିଛି କଳାକାର ମାତ୍ର କେତେ ସେକେଣ୍ଡ ପାଇଁ ମଧ୍ୟ ଅଭିନୟ କରି ରେକର୍ଡ କରିଛନ୍ତି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…
୨୦୨୦ର ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଏକ୍ସଟ୍ରାକ୍ସନ’ରେ ପଙ୍କଜ ତ୍ରିପାଠୀ ମାତ୍ର ୫୫ ସେକେଣ୍ଡ୍‌ ପାଇଁ ଅଭିନୟ କରିଥିଲେ। ସେହିପରି ଅଲ୍ଲୀ ଫଜଲ ‘ଫାଷ୍ଟ ଆଣ୍ଡ୍‌ ଫ୍ୟୁରିୟସ୍‌-୭’ରେ ସଫର ନାମକ ଜଣେ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଭୂମିକା ୧୦୦ ସେକେଣ୍ଡ୍‌ରୁ କମ୍‌ ଥିଲା। ଟମ୍‌ କ୍ରୁଜ୍‌ଙ୍କ ପିଲ୍ମରେ ‘ମିଶନ ଇମ୍ପସିବଲ୍‌ ଘୋଷ୍ଟ ପ୍ରୋଟେକଲ୍‌’ରେ ଅନୀଲ କପୁର ପ୍ରାୟ ୧୬୫ ସେକେଣ୍ଡ୍‌ ପାଇଁ ଅଭିନୟ କରିଥିଲେ। ବିଗ୍‌ ବି ଅମିତାଭ ବଚ୍ଚନ ‘ଦ ଗ୍ରେଟ୍‌ ଗେଟ୍‌ସବୟ’ରେ ୨୭୫ ସେକେଣ୍ଡ ପାଇଁ ଅଭିନୟ କରିଥିଲେ। ସେହିପରି ୨୦୧୫ରେ ଇର୍‌ଫାନ ଖାନ୍‌ ହଲିଉଡ୍‌ ଫିଲ୍ମ ‘ଜୁରାସିକ୍‌’ରେ ୨୫୦ ସେକେଣ୍ଡ ପାଇଁ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ଜୁରାସିକ୍‌ ପାର୍କର ମାଲିକ ଭୂମିକାରେ ଅଭିନୟ କରିଥିଲେ।

Share