ଜେଲ୍‌ରେ ପ୍ରଥମ ରାତି ଏମିତି କାଟିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛି ନିଶା ନିବାରଣ ବ୍ୟୁରୋ (ଏନସିବି)। ରିୟାଙ୍କୁ ବାଇକୁଲ୍ଲା ମହିଳା କାରାଗାରକୁ ବାଇକୁଲ୍ଲା ମହିଳା କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ରିୟା ଜେଲ୍‌ରେ ପ୍ରଥମ ରାତି ଅଶାନ୍ତ ଭାବରେ କାଟିଥିଲେ ବୋଲି ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲର ତଳ ମହଲାରେ ଏକ ଅଲଗା କୋଠରୀରେ ରଖାଯାଇଛି। ଦିନରେ ମଧ୍ୟାହ୍ନ ଭୋଜନ ପରେ ଜେଲରେ ରାତ୍ରି ଭୋଜନ କରିଥିଲେ। ସେ ରାତିରେ ଦୁଇଟି ରୁଟି, ଭାତ, ମସୁର ଡାଲି ଏବଂ ତରକାରୀ ଖାଇଥିଲେ। ବ୍ୟାରେକରେ କଏଦୀଙ୍କୁ ଗୋଟିଏ ତକିଆ, ଗୋଟିଏ ସପ, ଏହା ଉପରେ ପକାଇବାକୁ ଏକ ଚାଦର ଦିଆଯାଇଥାଏ। କଏଦୀ ନିଜେ ନିଜ ବିଛଣା ପାରିବାକୁ ପଡେ। ରିୟା ମଧ୍ୟ ତାହା କରିଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ସେସନ୍ସ କୋର୍ଟରେ ଜାମିନ ଆବେଦନ କରିଛନ୍ତି।

Share