ଅଭିନେତ୍ରୀ ଭାବେ ପ୍ରଥମ କରୋନା ଟିକା ନେଲେ ଶିଳ୍ପା

ମହାମାରୀ କରୋନା ସହ ଲଢ଼ିବା ପାଇଁ ଟିକାକରଣ ଆରମ୍ଭ ହୋଇଛି। ନୂଆ ବର୍ଷରେ ଲୋକଙ୍କୁ ଏହି ଉପହାର ମିଳିଛି। ଇତିମଧ୍ୟରେ ଭାରତରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଯାଇଛି। ତେବେ ହମ୍‌, ଗୋପୀ କିଶନ, ଆଖେଁ, ବଓ୍ବେଫା ସନମ, ଖୁଦା ଗବାହ ପରି ସୁପରହିଟ୍‌ ଫିଲ୍ମରେ ନିଜ ପ୍ରତିଭାର ପ୍ରଦର୍ଶନ କରିସାରିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକର ନିକଟରେ କରୋନା ଟିକା ନେଇଛନ୍ତି। ତେବେ କରୋନା ଟିକା ନେଇଥିବା ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା। ଅନେକ ଦିନ ହେବ ସେ ବଡ଼ ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଟିକା ନେବା ପରେ ଶିଳ୍ପା ପ୍ରଶଂସକଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି।
ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶିଳ୍ପା ନିଜର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ହାତରେ ଏକ ଛୋଟ ବ୍ୟାଣ୍ଡେଜ୍‌ ଲଗାଇଛନ୍ତି। ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି, ଟିକାକଣ ଏବଂ ନିରାପଦ…ଏହା ନୂଆ ନର୍ମାଲ…୨୦୨୧ରେ ମୁଁ ଆସୁଛି।
ଶିଳ୍ପାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଦୁବାଇରେ ଶିଳ୍ପା ଟିକା ନେଇଛନ୍ତି। ବିବାହ ପରେ ଶିଳ୍ପା କିଛି ଦିନ ଭାରତରେ ରହିବା ପରେ ଦୁବାଇ ଚାଲିଯାଇଥିଲେ।

Share