ସୋନୁ ସୁଦଙ୍କ ଉପରେ ସ୍କୁଲ ପ୍ରୋଜେକ୍ଟ ତିଆରିକଲେ ଏହି ଅଭିନେତ୍ରୀଙ୍କ ପୁଅ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ରିୟଲ ହିରୋ ପାଲଟିଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ସେ ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାମ ଜାରି ରହିଛି। ଅସହାୟ ଲୋକଙ୍କୁ ସେ ନିସ୍ବାର୍ଥପର ଭାବେ ସାହାଯ୍ୟ କରିଚାଲିଛନ୍ତି। ତାଙ୍କର ଏପରି କାମ ପାଇଁ ଲୋକେ ତାଙ୍କର ପ୍ରଶଂସକ ପାଲଟିଯାଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ୍‌ ସୋନୁଙ୍କ କାର୍ଯ୍ୟରେ ଏବେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ, ସେ ସ୍କୁଲ ପ୍ରୋଜେକ୍ଟ ପାଇଁ ସୁନୋଙ୍କ ଉପରେ ଏକ ଆନିମେଟେଡ ଭିଡିଓ ତିଆରି କରିଛନ୍ତି। ଏହି ଭିଡିଓକୁ ଖୁବ୍‌ ପସନ୍ଦ ମଧ୍ୟ କରାଯାଉଛି ।
ଶିଳ୍ପା ଏହି ଭିଡିଓକୁ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, ଭିଆନଙ୍କ ସ୍କୁଲ ପ୍ରୋଜେକ୍ଟ ଜଣେ ପ୍ରକୃତ ହିରୋ ସୋନୁ ସୁଦଙ୍କ ପାଇଁ ଉତ୍ସର୍ଗୀକୃତ।

Share