ଛୁଟି କାଟିବାକୁ ଯାଇ ବଲିଉଡ୍ ‌ବାଦଶାହଙ୍କର ହେଲା ଏମିତି ଅବସ୍ଥା

ବଲିଉଡ୍‌ର ପ୍ରସିଦ୍ଧ ରାପର ବାଦଶାହଙ୍କ ଏକ ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି। ଫଟୋଟିକୁ ବାଦ୍‌ଶାହ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ମୁହଁ ଲାଲ ଦେଖାଯାଉଥିବା ବେଳେ ଚମଡ଼ା ମଧ୍ୟ ଛାଡିଯାଇଛି। ଏହାସାଙ୍ଗକୁ ତାଙ୍କ ମୁହଁ, ନାକ ଏବଂ ଗାଲରେ ଦାଗ ହୋଇଛି। ନିକଟରେ ସେ ମାଲଦ୍ୱୀପ ଝୁଟି କାଟିବାକୁ ଯାଇ ତାଙ୍କର ଏପରି ଅବସ୍ତା ହୋଇଥିବା ଜଣାପଡ଼ିଛି।
ବାଦ୍‌ଶାହଙ୍କର ଏହି ଫଟୋକୁ ଦେଖି ପ୍ରଶଂସକଙ୍କ ଠାରୁ ବଲିଉଡ୍‌ କଳାକାରମାନେ ତାଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି। ଏଥିସହ ପ୍ରଶଂସକମାନେ ତାଙ୍କୁ ଘରେରହି ନିଜର ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି।

Share