ସ୍ବାମୀଙ୍କଠାରୁ ଅଲଗା ହେଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ର ସଫଳ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା ଏବଂ ରଣଭୀର ସୁରୀ। ବିବାହର ୧୦ ବର୍ଷ ପରେ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି। ତେବେ ୨୦୧୫ରୁ ସେମାନେ ପରସ୍ପରଠାରୁ ଅଲଗା ରହୁଥିଲେ। ଫିଲ୍ମ ‘ତିତ୍‌ଲି’ର ଟ୍ରେଲର ଲଞ୍ଚ୍‌ ସମୟରେ ନିଜେ ରଣଭୀର ଏହା କହିଥିଲେ। ସେ କହିଥିଲେ, କୋଙ୍କଣା ସହ ତାଙ୍କର ଆଉ କୌଣସି ସମ୍ପର୍କ ନାହିଁ। ଏହି ସମ୍ପର୍କ ଭାଙ୍ଗିବା ପାଇଁ ରଣଭୀର ନିଜେ ଦାୟି ବୋଲି ସେ କହିଥିଲେ।
ଖବର ଅନୁଯାୟୀ, କୋଙ୍କଣା ଏବଂ ରଣଭୀରଙ୍କ ଛାଡପତ୍ର ପ୍ରାୟ ୨ ମାସ ପୂର୍ବରୁ ହେବାର ଥିଲା। ମାତ୍ର କୌଣସି କାରଣ ପାଇଁ ଏହାକୁ ଆଗକୁ ଘୁଞ୍ଚାଯାଇଥିଲା। ତେବେ ଅଗଷ୍ଟ ୧୩ରେ ଉଭୟ ଆଇନଗତ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି।

Share