ରଣବୀରଙ୍କ ନୂଆ ବିଜ୍ଞାପନ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି। ହେଲେ ଏବେ ପର୍ଯ୍ୟନ୍ତ ପ୍ରଶଂସକମାନେ ତାଙ୍କୁ ଭୁଲିପାରି ନାହାନ୍ତି। ତେବେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ଏହାରି ଭିତରେ ସୁଶାନ୍ତଙ୍କ ପ୍ରଶଂସକମାନେ ରଣବୀର ସିଂହଙ୍କ ଏକ ନୂଆ ବିଜ୍ଞାପନ ଦେଖିବା ପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।
ରଣବୀରଙ୍କ ଏହି ବିଜ୍ଞାପନ ବିଙ୍ଗୋ ମ୍ୟାଡ୍‌ ଆଙ୍ଗଲସ୍‌ ପାଇଁ। ଏହି ବିଜ୍ଞାପନକୁ ଦେଖିବା ପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଅଭିଯୋଗ ଆଣିଛନ୍ତି ଯେ, ଏହାରି ମାଧ୍ୟମରେ ସୁଶାନ୍ତଙ୍କୁ ପରିହାସ କରିବାକୁ ଚେଷ୍ଟା କରାଯାଉଛି।
ବିଜ୍ଞାପନରେ ରଣବୀରଙ୍କୁ ତାଙ୍କ ପ୍ରଶଂସକମାନେ ଘେରି ରହିଛନ୍ତି। ସେମାନେ ରଣବୀରଙ୍କୁ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଥମେ ରଣବୀର ବିରକ୍ତ ହେଉଛନ୍ତି। ପରେ ସେ ମ୍ୟାଡ ଆଙ୍ଗଲସ୍‌ ଖାଇବା ପରେ ଅନେକ ସାଇଣ୍ଟିଫିକ୍‌ ଶବ୍ଦ କହି ନିଜ ସମ୍ପର୍କୀୟଙ୍କୁ ଚୁପ୍‌ କରାଇଦେଉଛନ୍ତି। ଏହାକୁ ଦେଖିବା ପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଅଭିଯୋଗ କରୁଛନ୍ତି ଯେ, ସୁଶାନ୍ତ ହେଉଛନ୍ତି ଏକମାତ୍ର ଅଭିନେତା, ଯାହାଙ୍କର ବିଜ୍ଞାନ ଉପରେ ସବୁଠାରୁ ବେଶି ଆଗ୍ରହ ରହିଥିଲା। ସେ ଅତ୍ୟନ୍ତ ପ୍ରତିଭାବାନ ଥିଲେ। ତେବେ ଏହି ବିଜ୍ଞାପନ ମାଧ୍ୟମରେ ତାଙ୍କର ପରିହାସ କରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି।

Share