ପିଲାଦିନେ ଗୋରା ଦେଖାଯିବାକୁ ଏମିତି କରୁଥିଲେ ପ୍ରିୟଙ୍କା

ବଲିଉଡ୍‌ର ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହନ୍ତି ସାରା ବିଶ୍ୱରେ ଅଛନ୍ତି। ଅନେକ ବିବାଦ ପରେ ତାଙ୍କ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’ ଜାନୁୟାରୀ ୧୩ରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଇଛି। ଏହାକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ଏହି ଅବସରରେ ପ୍ରିୟଙ୍କା ସ୍କିନ୍‌ ଲାଇଟିଂକୁ ନେଇ ଗଣମାଧ୍ୟକକୁ କହିଥିଲେ। ସେ କହିଥିଲେ ଯେ, ପିଲାଦିନେ ନିଜର କଳା ରଙ୍ଗ ଯୋଗୁ ସେ ନିଜକୁ ଅସୁନ୍ଦର ଭାବୁଥିଲେ। ତେଣୁ ସେ ସବୁବେଳେ ପାଇଡର ଲଗାଉଥିଲେ। ଏଥିସହ ଦକ୍ଷିଶ ଏସିଆରେ ସ୍କିନ୍‌ ଲାଇଟିନିଂ କରିବା ସାଧାରଣ କଥା ବୋଲି ସେ କହିଥିଲେ।
ଆହୁରି ମଧ୍ୟ କହିଥିଲେ, ତାଙ୍କର ଦାଦା ଝିଅ ଭଉଣୀମାନେ ସମସ୍ତେ ଗୋରା। ମାତ୍ର ତାଙ୍କ ତାଙ୍କ ବାପା କଳା ହୋଇଥିବାର ତାଙ୍କ ରଙ୍ଗ ମଧ୍ୟ କଳା। ୧୩ ବର୍ଷ ବୟସରୁ ସେ ଫେୟାରନେସ୍‌ କ୍ରିମ୍‌ ଲଗାଇବାକୁ ଚାହୁଁଥିଲେ, କାରଣ ସେ ଗୋରା ହେବାକୁ ଚାହୁଁଥିଲେ ବୋଲି ପ୍ରିୟଙ୍କା କହିଛନ୍ତି।

Share