ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର

ମୁମ୍ବାଇ: ପରଲୋକରେ ହିନ୍ଦୀ-ବଙ୍ଗାଳୀ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ସରକାର। ୬୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି କିଡ଼ନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଗୁରୁବାର ବିଳମ୍ବିତ ରାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ପ୍ରଦୀପ। ଏହାପରେ ତାଙ୍କୁ ରାତି ପ୍ରାୟ ୩ଟା ସମୟରେ ମୁମ୍ବାଇର ଏକ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରଦୀପ ସରକାର ମୃତ୍ୟୁ ଖବରରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ବ୍ୟତୀତ ସେ ଜଣେ ଜଣାଶୁଣା ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଥିଲେ ଯାହା ପାଇଁ ସେ ଅନେକ ବଡ ପୁରସ୍କାର ପାଇଛନ୍ତି। ପ୍ରଦୀପ ୨୦୦୫ ମୁକ୍ତିଲାଭ କରିଥିବା ଫିଲ୍ମ ‘ପରିଣୀତା’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଯେଉଁଥିରେ ବିଦ୍ୟା ବାଲାନ, ସଞ୍ଜୟ ଦତ୍ତ ଏବଂ ସୈଫ ଅଲ୍ଲୀ ଖାନଙ୍କ ଭଳି ଷ୍ଟାର ଥିଲେ। ପରେ ସେ ରାନୀ ମୁଖାର୍ଜୀଙ୍କ ସହ ‘ଲାଗା ଚୁନରି ମୈ ଦାଗ’, ‘ମରଦାନୀ’ ଭଳି ଚଳଚ୍ଚିତ୍ର କରିଥିଲେ।

Share