ଶିବରାତ୍ରୀ ଅବସରରେ ପ୍ରଭାସଙ୍କ ‘ରାଧେ ଶ୍ୟାମ’ ର ନୂଆ ପୋଷ୍ଟର ରିଲିଜ୍‌

ଆଜି ହେଉଛି ମହାଶିବରାତ୍ରୀ। ଏହି ଦିନ ଶିବ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଏହି ଶୁଭ ଅବସରରେ ଲୋକମାନେ ଜୀବନର ନୂତନ କାର୍ଯ୍ୟ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅଭିନେତା ପ୍ରଭାସ ତାଙ୍କ ଫିଲ୍ମ ‘ରାଧେ ଶ୍ୟାମ’ର ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫିଲ୍ମର ଏହି ନୂଆ ପୋଷ୍ଟର ବହୁତ ରୋମାଣ୍ଟିକ୍‌ ଲୁକ୍‌ ଦେଉଛି। ଏହା ୩୦ ଜୁଲାଇ ୨୦୨୧ରେ ପରଦାରେ ରିଲିଜ୍‌ ହେବା ପାଇଁ ରେଡି ହୋଇସାରିଛି।
ଫିଲ୍ମର ଏହି ପୋଷ୍ଟରକୁ ଶେୟାର କରି ପ୍ରଭାସ ଲେଖିଛନ୍ତି, ମହାଶିବରାତ୍ରୀର ଏହି ବିଶେଷ ଅବସରରେ ‘ରାଧେ ଶ୍ୟାମ’ର ନୂତନ ପୋଷ୍ଟର ଆପଣ ସମସ୍ତଙ୍କ ସହ ଶେୟାର କରି ବହୁତ ଖୁସି ଅନୁଭବ କରୁଛି। ପୋଷ୍ଟରରେ ପ୍ରଭାସଙ୍କ ସହ ଅଭିନେତ୍ରୀ ପୂଜା ହେଗଡେଙ୍କୁ ଦେଖିବାକୁ ମିଳୁଛି। ବରଫ ଆଚ୍ଛାଦିତ ଭୂମିରେ ଉଭୟ କଳାକାରଙ୍କୁ ଏକ ରୋମାଣ୍ଟିକ୍‌ ଶୈଳୀରେ ଦେଖିବାକୁ ମିଳୁଛି। ପୋଷ୍ଟରକୁ ଦେଖିଲେ ମନେ ହେଉଛି ଦର୍ଶକମାନେ ରୋମାନ୍ସରେ ପରିପୂର୍ଣ୍ଣ କାହାଣୀ ଦେଖିବାକୁ ପାଇବେ।

Share