ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ପୂଜା ଏବେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସତ, ହେଲେ ଏକଦା ତାଙ୍କୁ ବଲିଉଡ୍‌ର ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ସେ ବଲିଉଡ୍‌ରେ ଅନେକ ସଫଳ କଳାକାରଙ୍କ ସହ କାମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଗ୍ରାଜୁଏଶନ ପାଠପଢ଼ା ଶେଷ କରିବା ପରେ ପୂଜା ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଭାରତର ପ୍ରସିଦ୍ଧ ମଡେଲମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୂଜା। ୧୯୯୩ ମସିହାରେ ସେ ଫେମିନା ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମୁକୁଟ ପିନ୍ଧିଥିଲେ। ସେ ହେଉଛନ୍ତି ଆମେରିକାର ସାମ୍ପୁ ବିଜ୍ଞାପନ ‘ହେଡ୍‌ ଆଣ୍ଡ ଶୋଲଡର’ର ପ୍ରଥମ ଭାରତୀୟ ଚେହେରା। ଅନେକ ସମୟ ପର୍ଯ୍ୟନ୍ତ ବିଜ୍ଞାପନରେ କାମ କରିବା ପରେ ପୂଜା ଫିଲ୍ମରେ କ୍ୟାରିୟର ଆରମ୍ଭ କଲେ। ପ୍ରଥମ ଥର ପାଇଁ ସେ ୧୯୯୭ ମସିହାରେ ଅଭିନେତା ଅନୀଲ କପୁର ଏବଂ ତବ୍‌ବୁଙ୍କ ସହ ଫିଲ୍ମ ‘ଭିରାସତ’ରେ କାମ କଲେ। ପରେ ଭାଇ, ହସିନା ମାନ୍‌ ଯାଏଗୀ, ଦିଲ୍‌ ନେ ଫିର୍‌ ୟାଦ୍‌ କିୟା, କହିଁ ପ୍ୟାର ନ ହୋ ଯାଏ ସମେତ ଅନେକ ବଲିଉଡ୍‌ ସିନେମାରେ କାମକରି ପ୍ରଂସଶକଙ୍କୁ ହୃଦୟ ଜିତିଲେ। ସେ ଅନେକ ଦକ୍ଷିଣ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୦୦୨ ମସିହାରେ ପୂଜା ସର୍ଜନ ସୋନୁ ଆଲୁଓ୍ବାଲିୟାଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠିପାରି ନ ଥିଲା। ୮ ବର୍ଷ ପରେ ସୋନୁ ଏବଂ ପୂଜା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ତେବେ ଗତ ବର୍ଷ ଜୁଲାଇ ୪ରେ ପୂଜା ଦିଲ୍ଲୀରେ ଅଭିନେତା ନବାବ ଶାହାଙ୍କୁ ଗୁପ୍ତରେ ବିବାହ କରିଥିଲେ। ସେହି ସମୟରେ ଏହି ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri