ବିରାଟ-ଅନୁଷ୍କା ଜଣାଇଲେ ଖୁସି ଖବର, ଏହି ଫଟୋକୁ କରାଗଲା ସବୁଠୁ ଅଧିକ ପସନ୍ଦ

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ସବୁଠାରୁ ପ୍ରସିଦ୍ଧ ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ବିରାଟ-ଅନୁଷ୍କା ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଥିଲେ। ଏହି ଦମ୍ପତି ଜଣାଇଥିଲେ ଯେ, ସେମାନେ ମା’ବାପା ହେବାକୁ ଯାଉଛନ୍ତି। ଏଥିପାଇଁ ବିରାଟ ଏକ ଟୁଇଟ୍‌ ମଧ୍ୟ କରିଥିଲେ। ଟ୍ବିଟର ଇଣ୍ଡିଆ ବର୍ତ୍ତମାନ ଶେୟାର କରିଛି ଯେ, ବିରାଟ କୋହଲିଙ୍କ ଉକ୍ତ ଟୁଇଟ୍‌ ହେଉଛି ୨୦୨୦ର ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ଟୁଇଟ୍‌ ।
ଉଭୟଙ୍କ ପ୍ରଶଂସକ ତାଙ୍କର ଏହି ଟୁଇଟ୍‌କୁ ଲାଇକ୍‌ ଏବଂ କମେଣ୍ଟ ଦ୍ୱାରା ବହୁତ ଭଲପାଇବା ଦେଇଛନ୍ତି। ଏହି ସମୟରେ ଉଭୟଙ୍କ ଏକ ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା। ଅଫିସିଆଲ ଟ୍ବିଟର ଇଣ୍ଡିଆ ବିରାଟଙ୍କ ଉକ୍ତ ଟୁଇଟ୍‌କୁ ରି-ଶେୟାର କରି ଲେଖିଛନ୍ତି, ‘୨୦୨୦ରେ ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ଟୁଇଟ୍‌’।

Share