ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍‌ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ

ବଲିଉଡ୍‌ ଫିଲ୍ମ ହମ୍‌ ସାଥ୍‌ ସାଥ୍‌ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର ପୁରୁଣା ସ୍ମୃତି ବାଣ୍ଟିଥାନ୍ତି। ନିକଟରେ ସେ ନିଜର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଥ୍ରୋ ବ୍ୟାକ୍‌ ଫଟୋରେ ସୋନାଲି କମଳା ରଙ୍ଗର ଏକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଫଟୋରେ ତାଙ୍କର ହସ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଛି।
ଏହି ଫଟୋକୁ ଶେୟାର କରି ସୋନିଲି ଏକ ହାର୍ଟ ଇମୋଜି ଦେଇଥିଲେ। ଫଟୋ ଶେୟାର ହେବାର ମାତ୍ର ଅଳ୍ପ ସମୟ ମଧ୍ୟରେ ୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ଏଥିରେ ଲାଇକ୍‌ ଏବଂ କମେଣ୍ଟ କରିସାରିଛନ୍ତି। ଏହି ଫଟୋରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କମେଣ୍ଟ ବକ୍ସରେ ଲେଖିଛନ୍ତି, ବହୁତ ସୁନ୍ଦର, କ୍ରସ୍‌। ଏହି କମେଣ୍ଟ ସାଙ୍ଗକୁ ତାହିରା ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।

Share