ଆମୀର-କିରଣଙ୍କ ଜୀବନ ବଦଳାଇ ଦେଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ସ୍ତ୍ରୀ ତଥା ନିର୍ଦ୍ଦେଶିକା, ପ୍ରଯୋଜିକା କିରଣ ରାଓ ନଭେମ୍ବର ୭ରେ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ତେଲେଙ୍ଗାନାର ଗଦଓ୍ବାଲ ଜିଲାରେ କିରଣ ଜନ୍ମଗ୍ରହଣ କରିଥିଲେ। କିରଣଙ୍କ ପୁରା ନାମ କିରଣ ରାଓ ଜାନୁମାପାଲୀ। କିନ୍ତୁ ଲୋକଙ୍କ ମଧ୍ୟରେ ସେ କିରଣ ନାମରେ ପରିଚିତ। ମହିଳା ସୋଫିଆ କଲେଜରୁ ସ୍ନାତମ ଶେଷ କରିବା ପରେ ପଦିଲ୍ଲୀର ଜାମିଆ ମିଲିୟା ଇସ୍‌ଲାମିୟାରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। କିରଣ ବଲିଉଡ୍‌ର ଜଣେ ସଫଳ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଏସବୁ ମଧ୍ୟରେ ଆମୀରଙ୍କ ସହ ପ୍ରେମ କହାଣୀକୁ ନେଇ ସେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲେ।
କିରଣ ଏବଂ ଆମୀରଙ୍କ ପ୍ରେମ କାହାଣୀ ବହୁତ ଆକର୍ଷଣୀୟ ଥିଲା। କିରଣଙ୍କ ପୂର୍ବରୁ ଆମୀର ରିନା ଦତ୍ତାଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୦ ମସିହାରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ କିରଣ ଏବଂ ଆମୀରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲେ।
ଫିଲ୍ମ ଲଗାନର ଶୁଟିଂ ସମୟରେ ଆମୀର ପ୍ରଥମ ଥର ପାଇଁ କିରଙ୍କୁ ଭେଟିଥିଲେ। ସେତେବେଳେ କିରଣ ସହକାରୀ ନିର୍ଦ୍ଦେଶିକା ଭାବେ କାମ କରୁଥିଲେ। ଉକ୍ତ ଉକ୍ତ ସମୟରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା। କିନ୍ତୁ ଆମୀରଙ୍କର ଛାଡପତ୍ର ପରେ ସେ କିରଣଙ୍କୁ ପୁଣିଥରେ ଭେଟିଥିଲେ। ଏକଦା କିରଣ ଆମୀରଙ୍କୁ ଫୋନ୍‌ କରିଥିଲେ। ଉଭୟ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ। ଫୋନ୍‌ ରଖିବା ପରେ ଆମୀର ଅନୁଭବ କରିଥିଲେ ଯେ, କିରଣଙ୍କ ସହ କଥା ହୋଇ ସେ ଖୁସି ଅନୁଭବ କରୁଛନ୍ତି। ଏହା ପରେ ଉଭୟ ଅନେକ ସମୟ ପର୍ଯ୍ୟନ୍ତ ଫୋନ୍‌ରେ କଥା ହେବା ଆରମ୍ଭ କଲେ। ପରେ ପରସ୍ପରକୁ ଡେଟ୍‌ କଲେ। ବିବାହ ପୂର୍ବରୁ ସେମାନେ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକାଠି ରହିଲେ ଏବଂ ପରେ ବିବାହ କରିବାକୁ ସ୍ଥିର କରିଥିଲେ ବୋଲି ଏକ ସାକ୍ଷାତକାରରେ ଆମୀର କହିଥିଲେ।
୨୦୦୫ରେ ଆମୀର ଏବଂ କିରଣ ବିବାହ କରିଥିଲେ। ଉଭୟଙ୍କର ଆଜାଦ ନାମରେ ଜଣେ ପୁଅ ମଧ୍ୟ ଅଛି।

Share