ଆଇପିଏଲ୍‌କୁ ଅଧିକ ରୋମାଞ୍ଚକର କଲା ସୁହାନାଙ୍କ ଏକ୍ସପ୍ରେଶନ: ଫଟୋ ଭାଇରାଲ

ମୁମ୍ବାଇ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସିଜିନରେ ଚାଲୁରହିଛି। ଶୁକ୍ରବାର ଶାହାରୁଖ୍‌ ଖାନ୍‌ଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ସମୟରେ ଶାହାରୁଖ୍‌ ନିଜ ଦଳକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ତାଙ୍କ ସହ ଝିଅ ସୁହାନା ଖାନ୍‌ ଏବଂ ପୁଅ ଆର୍ଯ୍ୟନ ଖାନ୍‌ ମଧ୍ୟ ଉପସ୍ଥିତ ଏହି ଥିଲେ। ତେବେ ଏହି ସମୟରେ ସୁହାନା ଖେଳକୁ ମନଭରି ଉପଭୋଗ କରୁଥିବାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସୁହାନାଙ୍କ ମୁହଁର ଏକ୍ସପ୍ରେଶନ ଦେଖିବା ଯୋଗ୍ୟ। ଫଟୋରେ ସେ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ଏହି ସମୟରେ ସୁହାନା କାଜୁଆଲ ଲୁକ୍‌ରେ ନଜର ଆସୁଥିବା ବେଳେ ଶାହାରୁଖ୍‌ ମାସ୍କ ପିନ୍ଧିବା ସହ ଏକ ଧଳା ଟି -ସର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି।

Share