ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ସ୍ବାମୀ ରିଆନ ଥାମଙ୍କୁ ଛାଡପତ୍ର ଦେଇଛନ୍ତି। ୨୦୧୮ରୁ ମିନିଶା ଏବଂ ରିଆନ ଅଲଗା ରହୁଥିଲେ। ନିକଟରେ ଏକ ସାକ୍ଷାତକାରରେ ମିନିଶା କହିଛନ୍ତି, ମୁଁ ଏବଂ ରିଆନ ପରସ୍ପରଠାରୁ ଅଲଗା ହୋଇଯାଇଛୁ। ଆଇନଗତ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ମିନିଶା ଏବଂ ରିୟାନ ୨୦୧୩ରେ ଜୁହୁର ଏକ ନାଇଟ କ୍ଲବରେ ସାକ୍ଷାତ ହୋଇଥିଲେ। ଏହା ପରେ ଦୁହେଁ ପ୍ରେମରେ ପଡ଼ିଗଲେ ଏବଂ ଦୁଇ ବର୍ଷ ପରସ୍ପରକୁ ଡେଟ କରିବା ପରେ ଜୁଲାଇ ୬, ୨୦୧୫ରେ ଦୁହେଁ ବିବାହ କରିଥିଲେ। ରିୟାନ ଜଣେ ରେଟ୍ରୋ ମାଲିକ ଏବଂ ମିନିଶା ଜଣେ ଅଭିନେତ୍ରୀ। ବିବାହ ପରେ ଦୀର୍ଘ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ ମିନିଶା।
ସେ ୨୦୦୫ରେ ଚଳଚ୍ଚିତ୍ର ‘ୟହାଁ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ୨୦୦୭ରେ ‘ହନିମୁନ ଟ୍ରାଭେଲ୍ସ ପିଭି ଲିମିଟେଡ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ପରେ ଅଭିନେତ୍ରୀ ‘ଦଶ୍‌ କାହାଣୀୟାଁ’, ‘କିଡନାପ’ ଏବଂ ‘ବଚ୍ଚନା-ଏ-ହସିନା’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ୨୦୧୮ରେ ସେ ଟିଭି ସିରିଏଲ ‘ଇଣ୍ଟରନେଟ ୱାଲା ଲଭ’ରେ ମଧ୍ୟ ନଜର ଆସିଥିଲେ।

Share