କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା। ତାଙ୍କର ଏହି ବିଜୟକୁ ସମଗ୍ର ବିଶ୍ୱ ପାଳନ କରୁଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ୍‌ କମଲାଙ୍କ ଏହି ସଫଳତା ପାଇଁ ୨୦୦୯ ମସିହାରୁ ଭବିଷ୍ୟବାଣୀ କରିସାରିଥିଲେ। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମଲ୍ଲିକା ୧୧ ବର୍ଷ ପୂର୍ବେ ଅର୍ଥାତ୍‌ ୨୩ ଜୁନ୍‌, ୨୦୦୯ରେ ଟୁଇଟ୍‌ କରି କହିଥିଲେ ଯେ, କମଲା ରାଷ୍ଟ୍ରପତି ହୋଇପାରନ୍ତି। ଉକ୍ତ ସମୟରେ କମଲା ହାରିସ ସାନ୍‌ ଫ୍ରାନ୍ସିସ୍‌କୋର ଆଟର୍ଣ୍ଣି ଜେନେରାଲ ଥିଲେ। ଏବେ ମଲ୍ଲିକାଙ୍କ ଉକ୍ତ ଟୁଇଟ୍‌କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଟୁଇଟ୍‌ରେ ଲୋକମାନେ ତାଙ୍କୁ ଜୋଫ୍ରା ଆର୍ଚରଙ୍କ ସହ ତୁଳନା କରୁଛନ୍ତି।

 

Share