କରୋନାରୁ ରକ୍ଷା ପାଇଁ ପିପିଇ କିଟ୍‌ ପିନ୍ଧିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏୟାରପୋର୍ଟରେ ଦେଲେ ପୋଜ୍‌

ମହାମାରୀ କରୋନା ମଧ୍ୟରେ ଯାତ୍ରା କରିବା ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ଯାତ୍ରା ସମୟରେ ଲୋକମାନେ ଭୟ ଅନୁଭବ କରୁଛନ୍ତି। ବଲିଉଡ୍‌ କଳାକାରଙ୍କ ମଧ୍ୟରେ ବି ସେମିତି କିଛି ଦେଖିବାକୁ ମିଳୁଛି। ସମସ୍ତ କଳାକାରମାନେ ସୁରକ୍ଷାର ସହ ଯାତ୍ରା କରିବାକୁ ଚେଷ୍ଟା କରୁଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏମିତି କିଛି କରିଛନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଉକ୍ତ ସମୟରେ ସେ ପିପିଇ କିଟ୍‌ ପିନ୍ଧିଥିବାର ନଜର ଆସିଥିଲେ।
ନିଜେ କ୍ୟାଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏୟାରପୋର୍ଟରେ ଥିବା ସମୟର ଲୁକ୍‌ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ପିପିଇ କିଟ୍‌ ପିନ୍ଧି ଏୟାରପୋର୍ଟରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ଫଟୋ ଶେୟାରକରି ସେ କ୍ୟାପଶନ ଲେଖିଛନ୍ତି, ପ୍ରଥମେ ସୁରକ୍ଷା, ସେମିତିରେ ପୋଷାକ କିଛି ଖରାପ ନୁହେଁ।

Share