ଜନ୍ମଦିନରେ କଙ୍ଗନାଙ୍କୁ ମିଳିଲା ବଡ଼ ଉପହାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇଭି’ ର ଟ୍ରେଲର ରିଲିଜ୍‌ ହୋଇଛି। ଅଭିନେତ୍ରୀ ତଥା ସ୍ବର୍ଗତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍‌ ଏହି ଫିଲ୍ମର ଟ୍ରେଲର କଙ୍ଗନାଙ୍କ ଜନ୍ମଦିନ ଅବସରରେ ଲଞ୍ଚ୍‌ ହୋଇଛି। ଏହି ଅବସରରେ ଅଭିନେତ୍ରୀଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ବିଜୟ ଏବଂ ପ୍ରଯୋଜକ ମଧ୍ୟ ଉପସ୍ଥିତ ଥିଲେ।
ଆଜି ଅର୍ଥାତ୍‌ ୨୩ ମାର୍ଚ୍ଚ ହେଉଛି ଅଭିନେତ୍ରୀଙ୍କର ୩୪ତମ ଜନ୍ମଦିନ। ଏହି ଅବସରରେ ଫିଲ୍ମ ନିର୍ମାତା ଅଭିନେତ୍ରୀଙ୍କୁ ଚମତ୍କାର ଉପହାର ଦେଇଛନ୍ତି। ଗତ ରବିବାର ଅଭିନେତ୍ରୀ ଫିଲ୍ମର ଟ୍ରେଲର ରିଲିଜ୍‌ ବିଷୟରେ ଘୋଷଣା କରିଥିଲେ। ଫିଲ୍ମର ମୋସନ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଥିଲା। ଯେଉଁଥିରେ କଙ୍ଗନାଙ୍କ ଦମ୍‌ଦାର ସ୍ବର ଦେଖିବାକୁ ଏବଂ ଶୁଣିବାକୁ ମିଳିଥିଲା। ଫିଲ୍ମ ‘ଥଲାଇଭି’ କିମ୍ବଦନ୍ତୀ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ।

Share