ସିଙ୍ଗାପୁର ସିଫ୍ଟ ହେବେ ଅଭିନେତ୍ରୀ କାଜଲ: ଝିଅପାଇଁ ନେଲେ ଏଭଳି ପଦକ୍ଷେପ

କରୋନା ଭାଇରସ ଯୋଗୁ ସମସ୍ତ ବିଶ୍ୱ ଏବେ ଚିନ୍ତାରେ। ଏହାକୁ ଏଡ଼ାଇବା ପାଇଁ ସମସ୍ତେ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍‌ କଳାକାରମାନେ ମଧ୍ୟ ନିଜ ପିଲାମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଅଭିନେତା ଅଜୟ ଦେବଗନ୍‌ ଏବଂ କାଜଲଙ୍କୁ ଝିଅ ନ୍ୟାସାର ଚିନ୍ତା ଘାରିଛି। ନ୍ୟାସା ବର୍ତ୍ତମାନ ସିଙ୍ଗାପୁରରେ ରହି ପାଠ ପଢ଼ୁଛନ୍ତି। ହେଲେ ଝିଅ ଏକାକୀ ସିଙ୍ଗାପୁରରେ ରହୁ ତାହା ଅଜୟ ଏବଂ କାଜଲ ଚାହୁଁ ନାହାନ୍ତି। ଏଥିପାଇଁ କାଜଲ ସିଙ୍ଗାପୁର ଝିଅପାଖକୁ ଯିବାକୁ ପ୍ଲାନ୍‌ କରୁଛନ୍ତି। ସେହିପରି ଅଜୟ ପୁଅ ୟୁଗ ସହ ମୁମ୍ବାଇରେ ରହିବେ।


ନ୍ୟାସା ସିଙ୍ଗାପୁରର ୟୁନାଇଡେଟ୍‌ ଓ୍ବାଲ୍ଡ କଲେଜରେ ପାଠ ପଢ଼ୁଛନ୍ତି। ଏଥିପାଇଁ ୨୦୧୮ରେ ଅଜୟ ସିଙ୍ଗାପୁରରେ ଏକ ଆପାର୍ଟମେଣ୍ଟ ମଧ୍ୟ କିଣିଥିଲେ। କାଜଏ ଏବେ ଏହି ଫ୍ଲାଟ୍‌ରେ ଝିଅ ସହ ରହିବେ ବୋଲି ଜଣାଡ଼ିଛି।

Share