ଭାବି ସ୍ବାମୀଙ୍କୁ ଲୁଙ୍ଗିରେ ଦେଖିବାକୁ ଚାହାନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ, ବିବାହ ଯୋଜନା ବିଷୟରେ କହିଲେ ଏମିତି

ଆଜି ହେଉଛି ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଜନ୍ମଦିନ। ଚଳିତବର୍ଷ ମାର୍ଚ୍ଚ ୬ରେ ସେ ୨୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ହେଉଛନ୍ତି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ। ୨୦୧୮ରେ ସେ ଫିଲ୍ମ ‘ଧଡକ୍‌’ ମାଧ୍ୟମରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅଭିନେତା ସାଜିଥିଲେ ଇଶାନ ଖଟ୍ଟର। ଏହି ଫିଲ୍ମ ଲୋକଙ୍କୁ ପସନ୍ଦ ମଧ୍ୟ ଆସିଥିଲା।
ଏବେ ଜାହ୍ନବୀ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବିବାହ ବିଷୟରେ କ’ଣ ଭାବୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଜାହ୍ନବୀ ତିରୁପତିରେ ବିବାହ କରିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ସେ ବିବାହରେ କାଞ୍ଜିବରମ୍‌ ପାଟ ପିନ୍ଧିବେ। ମୋ ସ୍ବାମୀ ଲୁଙ୍ଗି ପିନ୍ଧିଥିବେ ଏବଂ ଆମେ କଦଳୀ ପତ୍ରରେ ଖଦ୍ୟ ଖାଇବୁ ବୋଲି ସେ କହିଛନ୍ତି।
ମୁଁ ତିରୁପତିକୁ ସବୁବେଳେ ଯାଏ। ତେଣୁ ମୁଁ ଯେତେବେଳେ ଜୀବନର ଏତେ ବଡ ନିଷ୍ପତ୍ତି ନେବି ନିଜ ପ୍ରେମିକ ସହ ଏହି ସ୍ଥାନରେ ବିବାହ କରିବି ବୋଲି ଜାହ୍ନବୀ କହିଛନ୍ତି।

Share