ଭାଣିଜୀକୁ ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା!

ବଲିଉଡ୍‌ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଭୁ ଦେବା ରିଲେଶନ୍‌ସିପ୍‌କୁ ନେଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆଶିଛନ୍ତି। ପ୍ରଭୁ ପୁଣିଥରେ ପ୍ରେମରେ ପଡ଼ିଯାଇଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଗ୍ରୁପ୍‌ ଡ୍ୟାନ୍ସରଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁଙ୍କ ପାଇଁ ଏବେ ପରିଚୟର କୌଣସି ଆବଶ୍ୟକତା ନାହିଁ, ନାମ ହିଁ ଯଥେଷ୍ଟ। ସେ ୨୦୧୧ ମସିହାରେ ସ୍ତ୍ରୀ ରାମଲତାଙ୍କଠାରୁ ଅଲଗା ହୋଇଯାଇଥିଲେ।
ରିପୋର୍ଟ ଅନୁଯାୟୀ, ପ୍ରଭୁ ନିଜ ଭାଣେଜୀକୁ ଡେଟ୍‌ କରୁଛନ୍ତି। ତାଙ୍କୁ ଶୀଘ୍ର ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ହେଲେ ଏ ନେଇ ପ୍ରଭୁ କିମ୍ବା ତାଙ୍କ ଟିମ୍‌ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

Share