୨ଟି ଚ୍ୟାନେଲ ବିରୋଧରେ ବଲିଉଡ୍‌ର ୩୮ ପ୍ରଡକ୍ସନ ହାଉସ୍‌ ହାଇକୋର୍ଟରେ ଦାଖଲ କଲେ ଅଭିଯୋଗପତ୍ର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରଶଂସକମାନେ ବଲିଉଡ୍‌କୁ ଘେରି ଯାଇଛନ୍ତି। ଏମିତି କେତୋଟି ମିଡିଆ ହାଉସ୍‌ ରହିଛି, ଯାହାକି ବଲିଉଡ୍‌ର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନ କରିବା ସହ ଖରାପ ଭାଷା ମଧ୍ୟ ସେମାନେ ପ୍ରୟୋଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁରା ବଲିଉଡ୍‌ ଏବେ ଗୋଟିଏ ହୋଇଯାଇଥିବା ମନେ ହେଉଛି। ବଲିଉଡ୍‌ର ଭାବମୂର୍ତ୍ତିକୁ ଖରାପ କରିବାକୁ ନେଇ ମୋଟ ୩୮ଟି ପ୍ରଡକ୍ସନ ହାଉସ (୩୪ଟି ପ୍ରଡକ୍ସନ ହାଉସ, ୪ଟି ସଂସ୍ଥା) ୨ଟି ମିଡିଆ ହାଉସକୁ ଟାର୍ଗେଟକରି ତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗପତ୍ର ଦାଖଲ କରିଛନ୍ତି।
ଯେଉଁମାନେ ଅଭିଯୋଗପତ୍ର ଦାଖଲ ସେମାନଙ୍କ ମଧ୍ୟରେ ଶାହାରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌, ଆମୀର ଖାନ୍‌, ଅଜୟ ଦେବଗନ୍‌ଙ୍କ କମ୍ପାନୀ ସହ ଆହୁରି ଅନେକ ବଡ଼ ପ୍ରଡକ୍ସନ ହାଉସର ନାମ ରହିଛି।

Share