ଜନ୍ମଦିନରେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ପ୍ରଭାସ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ। ବାହୁବଳୀ ନାମରେ ପରିଚିତ ପ୍ରଭାସଙ୍କର ଆଜି ହେଉଛି ଜନ୍ମଦିନ। ତେଲୁଗୁ ସହ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ନିଜର ଏହି ବିଶେଷ ଦିନରେ ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ଦୀର୍ଘ ଦିନ ଧରି ତାଙ୍କର ଆଗାମୀ ଫିଲ୍ମ ‘ରାଧା ଶ୍ୟାମ’ ଚର୍ଚ୍ଚାରେ ରହିଥିଲା। ଆଜି ଏହି ଫିଲ୍ମର ମୋଶନ ଭିଡିଓ ରିଲିଜ ହୋଇଛି।
ଭିଡିଓରେ ପ୍ରଭାସଙ୍କ ସହ ଅଭିନେତ୍ରୀ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିଛି। ଏହି ଯୋଡି ବହୁତ ସୁନ୍ଦର ଦେଖାଯାଇଛନ୍ତି। ମୋଶନ ଭିଡିଓ ଦେଖିବା ପରେ ଦର୍ଶକ ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।

Share