ଦୀପିକାଙ୍କ ସହ ବିଶ୍ୱାସଘାତକତା କରିଥିଲେ ରଣବୀର

ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ। ଆଜି ହେଉଛି ତାଙ୍କର ୩୫ତମ ଜନ୍ମଦିନ। ଦୀପିକା ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଶଂସକ ମଧ୍ୟ ଫିଲ୍ମ ସହ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହ କରିଥାନ୍ତି।
ଗୋଟିଏ ସମୟରେ ଦୀପକିା ପ୍ରେମରେ ପ୍ରତାରଣା ପାଇ ଅବସାଦକୁ ଚାଲିଯାଇଥିଲେ। କିନ୍ତୁ ଅନେକ ଦିନ ପରେ ସେ ନିଜର ମାନସିକ ଏବଂ ଭାବପ୍ରବଣ ଶକ୍ତି ଫେରି ପାଇଥିଲେ। ଏହାପରେ ସେ ଉଭୟ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନକୁ ସଫଳ କରିପାରିଛନ୍ତି।
ଦୀପିକା ୨୦୧୮ରେ ରଣବୀର ସିଂହଙ୍କ ବିବାହ କରିଥିଲେ। ଏହା ପୂର୍ବରୁ ସେ ରଣବୀର କପୁରଙ୍କ ସହ ଡେଟ୍‌ କରୁଥିଲେ। ଉଭୟଙ୍କ ବିବାହକୁ ନେଇ ମଧ୍ୟ ସେହି ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ମାତ୍ର ଦୀପିକାଙ୍କୁ ଏହି ସମ୍ପର୍କରେ ପ୍ରତାରଣା ମିଳିଥିଲା।
ଏକ ସାକ୍ଷାତକାରରେ ଦୀପିକା କାହାର ନାମ ନ ନେଇ କହିଥିଲେ ଯେ, ବିଶ୍ୱାସଘାତକତା କରିବା ପରେ ସେ ମୋତା କ୍ଷମା ମାଗିଥିଲେ। ଆହୁରି ମଧ୍ୟ ସେ କହିଥିଲେ, ସେକ୍ସ କେବଳ ଶାରୀରିକ ନୁହେଁ, ଏହା ଭାବନା ସହିତ ମଧ୍ୟ ଜଡିତ। ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍କରେ କାହାସହ ବିଶ୍ୱାସଘାତକତା କରି ନାହିଁ। ପ୍ରତ୍ୟେକ ବ୍ୟକ୍ତି ଏପରି ହୋଇ ନ ଥାନ୍ତି। ମୁଁ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିଲି ବୋଲି ଦୀପିକା କହିଥିଲେ। ସେ କ୍ଷମା ମାଗିବା ପରେ ମୁଁ ତାଙ୍କୁ କ୍ଷମା କରିଦେଇଥିଲେ। କିନ୍ତୁ ସେ ସବୁରୁ ବାହାରିବା ପାଇଁ ମୋତେ ଅନେକ ସମୟ ଲାଗିଯାଇଥିଲା। ମୁଁ ମୋର ସମ୍ପର୍କକୁ ବହୁତ କିଛି ଦେଇଥିଲି, କିନ୍ତୁ ପ୍ରତିବଦଳରେ କିଛି ପାଇଲି ନାହିଁ ବୋଲି ଦୀପିକା କହିଥିଲେ।

Share