ବଲିଉଡ୍‌ ଏହି ପ୍ରସିଦ୍ଧ ସ୍କ୍ରିପ୍ଟ ରାଇଟରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ବଲିଉଡ୍‌ରେ ଗ୍ୟାଙ୍ଗ୍‌ ଅଫ୍‌ ଓ୍ବାସେପୁର, ଛଲାଙ୍ଗ ଏବଂ ହଲଚଲ ଆଦି ଫିଲ୍ମର ସ୍କ୍ରିପ୍ଟ ରାଇଟର ଜିଶାନ୍‌ କ୍ୱାଦ୍ରିଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏକ ମାମଲା ରାଜୁ ହୋଇଛି। ତାଙ୍କ କମ୍ପାନୀ ଟଙ୍କା ହେରହେର କରିଥିବା ନେଇ ବଲିଉଡ୍‌ ନିର୍ମାତା ଯତିନ ସେଠୀ ଏହି ମାମଲା ରୁଜୁ କରିଛନ୍ତି।
ଯତିନଙ୍କ ସୂଚନାନୁଯାୟୀ, ତାଙ୍କ କମ୍ପାନୀ ନାଦ ଫିଲ୍ମ ପ୍ରଡକ୍ସନ ହାଉସ ଏବଂ ଜିଶାନ କ୍ୱାଦ୍ରିଙ୍କ କମ୍ପାନୀ ଏକ ଓ୍ବେବ୍‌ ସିରିଜ୍‌ ପାଇଁ ଟଙ୍କା କାରବାର ହୋଇଥିଲା। ମାତ୍ର ଜିଶାନ ଉକ୍ତ ଟଙ୍କାକୁ ଓ୍ବେବ୍‌ ସିରିଜ୍‌ ପାଇଁ ଖର୍ଚ୍ଚ କରିନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

Share