ବଲିଉଡ୍‌ ଫ୍ୟାଶନ ଡିଜାଇନର, ଓଲିଉଡ୍‌ର ପ୍ରଯୋଜିକା

ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ସ୍ବପ୍ନ ପୂରଣ ପାଇଁ ବେଳେବେଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼େ। ମାତ୍ର ନିଜର ସ୍ବପ୍ନ ଓ ଆଶାକୁ ଅନ୍ୟର ଇଚ୍ଛାଶକ୍ତି ଆଗରେ ଜଣେ ପ୍ରକୃତ ଉଚ୍ଚାଭିଳାଷୀ ମଣିଷ ହିଁ ହାର ମାନିବାକୁ ଦେଇ ନ ଥାଏ। ତେବେ ସବୁ ପ୍ରତିବନ୍ଧକକୁ ଏଡ଼ାଇ ନିଜ ସ୍ବପ୍ନକୁ ସାକାର କରିପାରିଥିବା କେତେଜଣ ସଫଳ ନାରୀଙ୍କ ମଧ୍ୟରେ ରହିଛନ୍ତି ସନ୍‌ଲିସା ପଟେଲ। ଝାରସୁଗୁଡ଼ାରେ ଜନ୍ମିତ ସନ୍‌ଲିସା ବର୍ତ୍ତମାନ ଚର୍ଚ୍ଚାର ଭିଡ଼ରେ ଆଉଏକ ସ୍ବତନ୍ତ୍ର ପରିଚୟ ତିଆରି କରିଚାଲିଛନ୍ତି। ଜଣେ ମହିଳା ପ୍ରଯୋଜକ ଭାବେ ଆରମ୍ଭ କରିଛନ୍ତି ନୂଆ ଯାତ୍ରା। ଏଥିପାଇଁ ସେ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଓଡ଼ିଶା। ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜନା କରି ଓଲିଉଡ୍‌ରେ ପାଦ ଥାପିଛନ୍ତି। ବର୍ତ୍ତମାନ ଅନେକ ସମସ୍ୟାକୁ ସାମ୍ନା କରିଥିଲେ ମଧ୍ୟ ନିଜ ମାଟି ପାଇଁ, ଓଡ଼ିଆ ସିନେମା ପାଇଁ କିଛି କରିବାର ସାହସ ଜୁଟାଇ ଆଗକୁ ବଢ଼ିବାକୁ ଚେଷ୍ଟା ଚଳାଇଛନ୍ତି ସନ୍‌ଲିସା।
ପ୍ରଯୋଜିକା ଭାବେ ଜାଣିବା ପୂର୍ବରୁ ତାଙ୍କର ଆଉଏକ ବଡ଼ ପରିଚୟ ରହିଛି। ବଲିଉଡ୍‌ରେ ଜଣେ ଭଲ ଫ୍ୟାଶନ ଡିଜାଇନର ଭାବେ ସେ ବେଶ୍‌ ଜଣାଶୁଣା। ବଲିଉଡ୍‌ ଷ୍ଟାର୍‌ଙ୍କ ସମେତ ଲୋକପ୍ରିୟ ରିଆଲିଟି ଶୋ ବିଗ୍‌ବସ୍‌ର ଡିଜାଇନ୍‌ ମଧ୍ୟ ସେ କରନ୍ତି। ଦିଲ୍ଲୀରେ ସ୍କେଚ୍‌ ବାଏ ସାନ୍‌ଲିସା ଓ ବିଗ୍‌ ୱେ ପ୍ରଡକ୍ସନ ନାମକ ୨ଟି ସଂସ୍ଥା ସେ ପରିଚାଳନା କରୁଛନ୍ତି। ସନ୍‌ଲିସା କହିଛନ୍ତି, ଇଚ୍ଛା ନ ଥିଲେ ମଧ୍ୟ ଘର ଲୋକଙ୍କ କଥା ମାନି ଇଞ୍ଜିନିୟରି କଲି। ଚାକିରି କରିବା ପାଇଁ ବେଙ୍ଗାଲୁରୁ ଆସିଲି। ଶୀଘ୍ର ବାହାଘର ହୋଇଯିବା ଆମ ଆଡ଼େ ଏକ ପ୍ରଥା ଭଳି ରହିଛି। ଘର ଲୋକଙ୍କ ଇଚ୍ଛାରେ ମୋ ବାହାଘର ଠିକ୍‌ ହେଲା। ନିର୍ବନ୍ଧ ସରିବା ପରେ ମୋତେ ମୋ ସ୍ବାମୀ ସଞ୍ଜୟ ପଟେଲ ଦିନେ ମୋର ଇଚ୍ଛା ବିଷୟରେ ପଚାରିଲେ। ତାଙ୍କୁ ସବୁ କଥା କହିବା ପରେ ସେ ମୋତେ ଅନୁମତି ଦେଲେ ଆଉ କାହାକୁ ନ ଜଣାଇବାକୁ ମଧ୍ୟ କହିଲେ। ମୁଁ ଚାକିରି ଛାଡ଼ିଲି ଆଉ ବେଙ୍ଗାଲୁରୁର ଫ୍ୟାଶନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ୧ବର୍ଷ ପାଇଁ ନାମ ଲେଖାଇଲି। ସଞ୍ଜୟ ମୋତେ ଆର୍ଥିକ ସହାୟତା ମଧ୍ୟ କଲେ। ମୋର ଏକ ଶିଶୁପୁତ୍ର ଜନ୍ମ ହେଲା। ସେ ସ୍କୁଲ ଯିବାକୁ ଆରମ୍ଭ କଲାବେଳେ ମୁଁ ଫ୍ୟାଶନ୍‌ ଡିଜାଇନର୍‌ ଭାବେ ମୋ କ୍ୟାରିୟର୍‌ ଆରମ୍ଭ କଲି। ଧୀରେଧୀରେ ଅନେକ ପ୍ରଶଂସା ସହ ବାହାରେ ନାମ କମାଇବାର ସୁଯୋଗ ମିଳିଲା। ଏବେ ମୁଁ ଦିଲ୍ଲୀରେ ରହି ସେଠାରେ ବିଶେଷ କରି ମେନ୍ସ ୱେୟାର୍‌ ଉପରେ କାମ କରୁଛି। ଆଗକୁ ଓଡ଼ିଶାରେ ମଧ୍ୟ ସ୍କେଚ୍‌ ବାଏ ସାନ୍‌ଲିସାର ଏକ ବ୍ରାଞ୍ଚ ଖୋଲିବେ ବୋଲି ସନ୍‌ଲିସା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri