ଆଉନାହାନ୍ତି ମାରୁତିରାଓ କାଲେ

‘ସୌଦାଗର’ ‘ଡିସ୍କୋ ଡ୍ୟାନ୍ସର’ ଭଳି ସୁପର୍‌ହିଟ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମାରୁତିରାଓ କାଲେଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମାରୁତିରାଓ ୧୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ କରିଥିଲେ। ସେ ‘ଦିଓ୍ବାର୍‌’, ‘ରୋଟି, କପଡା ଔର ମକାନ’, ‘କଭି କଭି’, ‘ଦୋ ଅନ୍‌ଜାନେ’, ‘ରଜିଆ ସୁଲତାନ’, ‘ପାକିଜା,’ ‘ଶୋର‘, ‘ପୂରବ୍‌ ଔର ପଶ୍ଚିମ’, ‘ମେରା ସାୟା’, ‘ୟାଦଗାର ’ଭଳି ଚଳଚ୍ଚିତ୍ର ପାଇଁ ସହକାରୀ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।

Share