ଡ୍ରଗ୍ସ ଲିଙ୍କ ମାମଲା: ଅର୍ଜୁନଙ୍କୁ ପଚରାଉଚରା କଲା ଏନ୍‌ସିବି

ମୁମ୍ବାଇ,୧୩।୧୧-ଡ୍ରଗ୍ସ ଲିଙ୍କ୍‌ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରାଯାଇଛି। ଶୁକ୍ରବାର ଦକ୍ଷିଣ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟରେ ଅର୍ଜୁନ ପହଞ୍ଚିଥିଲେ। ପରେ ଏନ୍‌ସିବିର ଅଧିକାରୀମାନେ ତାଙ୍କୁ ଡ୍ରଗ୍ସର ବିଭିନ୍ନ ଆଙ୍ଗେଲକୁ ନେଇ ପ୍ରଶ୍ନ ପଚାରିଥିଲେ। କିଛିଦିନ ପୂର୍ବରୁ ରାମପାଲଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଏନ୍‌ସିବି ଚଢାଉ କରି ବ୍ୟାନ ହୋଇଥିବା ଔଷଧ ଜବତ କରିଥିଲା। ଏହାପରେ ତାଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଥିବା ଜଣେ ଏନ୍‌ସିବି ଅଧିକାରୀ କହିଛନ୍ତି।

Share