ଜନ୍ମ ପରେ ୨ ନବଜାତକଙ୍କୁ ଗ୍ରହଣ କଲେ ନାହିଁ ଏହି ପ୍ରସିଦ୍ଧ ଅଭିନେତ୍ରୀ, ହାତରୁ ଚାଲିଯାଇଛି ଅନେକ ଅଫର

ଚିନ୍‌ର ଲୋକପ୍ରିୟ ଅଭିନେତ୍ରୀ ଝେଙ୍ଗ ଶୁଆଙ୍ଗଙ୍କ ଉପରେ ଏକ କଠୋର ଅଭିଯୋଗ ଲାଗିଛି। ଯାହାକୁ ନେଇ ସମଗ୍ର ବିଶ୍ୱରେ ସେ ଆଲୋଚନାର ଶିକାର ହେଉଛନ୍ତି।
ଖବର ଅନୁଯାୟୀ, ଝେଙ୍ଗ ସରୋଗେସୀ ଉପାୟରେ ଆମେରିକାରେ ୨ ସନ୍ତାନର ମା’ ହୋଇଥିଲେ। ମାତ୍ର ୨ ଶିଶୁ ଜନ୍ମ ହେବା ପରେ ସେ ସେମାନଙ୍କୁ ଗ୍ରହଣ କରି ନାହାନ୍ତି। ଏ ନେଇ ଝେଙ୍ଗଙ୍କ ପ୍ରେମିକ ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଜନ୍ମ ପ୍ରମାଣପତ୍ରରେ ଉଭୟ ଶିଶୁଙ୍କ ମାତା-ପିତାଙ୍କ ନାମ ଝେଙ୍ଗ ଶୁଆଙ୍ଗ ଏବଂ ତାଙ୍କ ପ୍ରେମିକଙ୍କ ନାମ ଲେଖାଯାଇଛି। ଉକ୍ତ ୨ ନବଜାତକଙ୍କ ସହ ତାଙ୍କର କୌଣସି ନେବାଦେବା ନାହିଁ ବୋଲି ଅଭିନତ୍ରୀ କହିଛନ୍ତି। ଏ ନେଇ ଅଭିନେତ୍ରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ଝେଙ୍ଗଙ୍କ ବୟସ ହେଉଛି ୨୯। ସେ ଜଣେ ସଫଳ ଅଭିନେତ୍ରୀ। ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ଏହି ବିବାଦକୁ ନେଇ ତାଙ୍କ ହାତରେ ଥିବା ଅନେକ ବିଜ୍ଞାପନର ଅଫରକୁ ରଦ୍ଦ କରାଯାଇଥିବା ଜଣାପଡ଼ିଛି।

Share