ମା’ ହେବେ ସାଗରିକା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍‌ ଦେ ଇଣ୍ଡିଆ’ ଅଭିନେତ୍ରୀ ସାଗରିକା ଘାଟଗେ। ତେଣୁ ସାଗରିକା ଏବଂ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ଜାହିର ଖାନ୍‌ ପ୍ରଥମ ଥର ପାଇଁ ମା’ବାପା ହେବାକୁ ଯାଉଛନ୍ତି। ଅବଶ୍ୟ ଏ ନେଇ ଉଭୟ ମୁହଁ ଖୋଲି ନାହାନ୍ତି।
ଜାହିର ୨୦୧୭ ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିକଟରେ ଜାହିର ନିଜର ୪୨ତମ ଜନ୍ମଦିନ ପାଳନ କରିଥିଲେ।

Share