ଶାହରୁଖଙ୍କ ଜନ୍ମଦିନରେ ଏମିତି କଲେ ଜୁହି ଚାଓ୍ବାଲା, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଆଜି ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କୁ ଜନ୍ମଦିନରେ ଏକ ନିହାରା ଉପହାର ଦେଇଛନ୍ତି ଅଭିନେତ୍ରୀ ଜୁହି ଚାଓ୍ବାଲା। ଏହି ସ୍ବତନ୍ତ୍ର ଦିନକୁ ଖାସ୍‌ କରିବା ପାଇଁ ଜୁହି ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି ଶାହରୁଖଙ୍କ ଜନ୍ମଦିନରେ ୫୦୦ ଗଛ ଲଗାଇଛନ୍ତି। ସହକଳାକାର ଶାହରୁଖଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଥିଲେ ଜୁହି। ଏବେ ଉଭୟ ଆଇପିଏଲ୍‌ ଟିମ୍‌ କୋଲକତା ନାଇଟ୍‌ ରାଇଡର୍ସ ଦଳକୁ କିଣିଛନ୍ତି। ଜୁହିଙ୍କ ବ୍ୟତୀତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ, ଅନୁଷ୍କା ଶର୍ମା, ଶିଳ୍ପା ସେଟ୍ଟୀ ପ୍ରମୁଖ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ସୁପରଷ୍ଟାର ଶାହରୁଖଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ତାଙ୍କର ଏକ ପ୍ରଶଂସକ ଗୋଷ୍ଠୀ ୫୫୫୫ଟି କୋଭିଡ୍‌ କିଟ ଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଦାନ ବିଷୟରେ ଶାହାରୁଖଙ୍କ ଫ୍ୟାନ କ୍ଲବ ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି। ଏହି ଟୁଇଟ ଅନୁଯାୟୀ ଶାହରୁଖଙ୍କ ପ୍ରଶଂସକମାନେ ଗରିବ ଲୋକଙ୍କ ପାଇଁ ଏହି କିଟ ପ୍ରସ୍ତୁତ କରାଯାଇଛି। ଏହି କିଟ୍‌ରେ ମାସ୍କ, ସାନିଟାଇଜର ଏବଂ ଖାଦ୍ୟ ରହିଛି। ଫ୍ୟାନ କ୍ଲବ ମଧ୍ୟ ଏହାର ଫଟୋ ଶେୟାର କରିଛି।

 

Share