କଳାକାରଙ୍କ ମହଙ୍ଗା ଉପହାର: କାହାକୁ ଘର ତ ଆଉ କାହାକୁ ବିଏମ୍‌ଡବ୍ଲ୍ୟୁ କାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ନିକଟରେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ୪ଟି ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି। ଏହି ସମସ୍ତ ଫ୍ଲାଟ୍‌ ଚଣ୍ଡିଗଡ଼ର ନାମୀ ଅଞ୍ଚଳରେ ରହିଛି। ଏଥିପାଇଁ କଙ୍ଗନାଙ୍କୁ ୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। କଙ୍ଗନାଙ୍କ ପରି ବଲିଉଡ୍‌ର ଅନେକ କଳାକାର ରହିଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ ଦାମୀ ଉପହାର ଦେଇଛନ୍ତି।
ଅମିତାଭ ବଚ୍ଚନ: ମେଗାଷ୍ଟାର ଅମିତାଭ ବଚ୍ଚନ ସୁନ୍ଦର ଅଭିନୟ ଏବଂ ଶାଳୀନ ବ୍ୟବହାର ପାଇଁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ବଜାୟ ରଖିଛନ୍ତି। ତେବେ ୧୯୮୨ରେ ଫିଲ୍ମ ‘ସତ୍ତା ପେ ସତ୍ତା’ରେ କାମ କରିବା ପାଇଁ ନିର୍ଦ୍ଦେଶକ ରମେଶ ସିପ୍ପୀ ଅମିତାଭଙ୍କୁ ଘର ‘ଜଲସା’ ଉପହାର ରୂପେ ଦେଇଥିଲେ। ଏମିତାଭଙ୍କ ଏହି ଘର ୧୦୧୨୫ ସ୍କୋୟାର ଫିଟ୍‌ ବିଶିଷ୍ଟ।
ଶାହାରୁଖ୍‌ ଖାନ୍‌: ଶାହାରୁଖ୍‌ ଫିଲ୍ମ ‘ରା ଓ୍ବାନ୍‌’ରେ ନିଜର ଜଣେ ସହକଳାକାରଙ୍କୁ ଏକ ବିଏମ୍‌ ଡବ୍ଲ୍ୟୁ କାର ଉପହାର ରୂପେ ଦେଇଥିଲେ। ଏହି ଗାଡିର ମୂଲ୍ୟ ୧ କୋଟି ଟଙ୍କାରୁ ଆରମ୍ଭ ହୋଇଥାଏ।
ସଲମାନ୍‌ ଖାନ୍‌: କିଛି ବର୍ଷ ପୂର୍ବେ ସଲମାନ୍‌ ତାଙ୍କ ଉଭଣୀ ଅଲଭିରା ଅଗ୍ନିହୋତ୍ରୀଙ୍କୁ ମୁମ୍ବାଇରେ ଏକ ପେଣ୍ଟହାଉସ୍‌ ଉପହାର ରୂପେ ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ଏହି ଘରର ମୂଲ୍ୟ ୧୦ କୋଟିରୁ ୧୬ କୋଟି ଟଙ୍କା ମଧ୍ୟରେ ହେବ।
ଆମୀର ଖାନ୍‌: ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ସ୍ତ୍ରୀ କିରଣ ରାଓଙ୍କୁ ଏକ ମହଙ୍ଗା ଛୁଟିଦିନ ଯାତ୍ରା ଉପହାର ରୂପେ ଦେଇଥିଲେ। ସେ କିରଣଙ୍କୁ ଆମେରିକାର ଅତି ସୁନ୍ଦର ତଥା ମହଙ୍ଗା ଅଞ୍ଚଳ ବେଭରାଲି ହିଲ୍ସ ଉପହାର ରୂପେ ଦେଇଥିଲେ।
ଅଭିଷେକ ବଚ୍ଚନ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାକୁ ବହୁତ ଭଲ ପାଆନ୍ତି, ଏକଥା ସମସ୍ତେ ଜାଣନ୍ତି। ଏହି ଦମ୍ପତି ଝିଅକୁ ତାଙ୍କର ପ୍ରଥମ ଜନ୍ମଦିନରେ ଏକ ଲାଲ ରଙ୍ଗର ମିନି କପର ଗାଡି ଉପହାର ରୂପେ ଦେଇଥିଲେ।
ଦାମୀ ଉପହାର


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri