ମାଳଦ୍ୱୀପରେ ବଲିଉଡ ଷ୍ଟାରଙ୍କ ଭିଡ

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏ ସମସ୍ତେ ଲକ୍‌ଡାଉନ ସମୟରେ ନିଜ ନିଜ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଥିଲେ। ଏହି ସମୟରେ ସମସ୍ତେ ନିଜର ନିଜର ଡେଷ୍ଟିନେସନରେ ଛୁଟି ଅବସରକୁ ମିସ୍‌ କରିଥିଲେ। ଅନଲକ ପରେ ଅନେକ ସେଲେବ୍ରିଟି ଗୋଆ ଅଭିମୁଖେ କରିଥିବା ଦେଖାଯାଇଥିଲା। ତେବେ ଗତ କିଛି ସପ୍ତାହ ମଧ୍ୟରେ ବଲିଉଡର ଅଧିକାଂଶ ସେଲେବ୍ରିଟି ମାଳଦ୍ୱୀପରେ ଛୁଟି କଟାଉଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ସେଲେବ୍ରିଟିମାନେ ଫଟୋ ଶେୟାର କରି ସେଠାରେ ଖୁବ ମଜା ନେଉଥିବା ଦେଖାଯାଇଛି।

ନିକଟରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ମାଳଦ୍ୱୀପରେ କିଛି ସୁନ୍ଦର ମୁହୂର୍ତ୍ତ ବିତେଇ ଥିବା ଦେଖାଯାଇଛି। ନିଜ ନଷ୍ଟାଗ୍ରାମରେ ସୋନାକ୍ଷୀ ମାଳଦ୍ୱୀପ ଟ୍ରିପର ଫଟୋ ଶେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବଲିଉଡ ଅଭିନେତା ଟାଇଗର ସ୍ରଫ ମାଳଦ୍ୱୀପରେ ଛୁଟି କାଟୁ ଥିବା ଦେଖିବାକୁ ମିଳିଥିଲା। ସମୁଦ୍ର କୂଳରେ ସେ ଖେଳୁଥିବାର ଅନେକ ଫଟୋ ଓ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।

ସେହିପରି ଅଭିନେତା ବରୁଣ ଧାୱନ ମଧ୍ୟ ଛୁଟି କଟେଇବା ପାଇଁ ମାଳଦ୍ୱୀପ ଯାତ୍ରା କରିଥିଲେ। ସେଠାରେ ସେ ମାର୍ଶଲ ଆର୍ଟ ଅଭ୍ୟାସ କରିବା ଠାରୁ ଆରମ୍ଭ କରି ଠେକୁଆକୁ ଗାଜର ଖୁଆଇବା ଭଳି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଛୁଟି କଟେଇବା ପାଇଁ ମାଳଦ୍ୱୀପ ଯାତ୍ରା କରିଥିଲେ। ସେଠାରେ ସେ ଖୁବ ମସ୍ତି କରୁଥିବା ଦେଖାଯାଇଥିଲା। ଦିଶା ସମୁଦ୍ର କୂଳରେ ବିକିନୀ ପିନ୍ଧି ଫଟୋ ଶୁଟ୍‌ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମଧ୍ୟ ପରିବାର ସହ ମାଳଦ୍ୱୀପରେ ଛୁଟି କଟାଇଥିଲେ। ଏ ନେଇ ରକୁଲ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଜଣାଇଥିଲେ।

ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ମାଳଦ୍ୱୀପରେ ଗସ୍ତ କରିଥିଲେ। ବାସ୍ତବରେ ସେ ଏକ ଫଟୋ ଶୁଟ୍‌ ପାଇଁ ସେଠାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ସେଠାରେ ବହୁତ ମଜା କରିଥିଲେ ଏବଂ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ସେ ଫଟୋ କ୍ୟାପସନରେ ଲେଖିଥିଲେ, ସ୍ବର୍ଗ ମିଳିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ବିଶ୍ୱଯୁଦ୍ଧ ପାଇଁ…

ଓ଼୍ବାଶିଂଟନ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ମଙ୍ଗଳବାର (୩ ମାର୍ଚ୍ଚ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଆସିଛି ଯେ ଇରାନ…

ଯୁଦ୍ଧ ଭିତରେ ୮ଦେଶ ସହ କଥା ହେଲେ ମୋଦି, ହୋଇପାରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୩।୩: ଇରାନ ଉପରେ ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରତିଦିନ ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିମାଣ ଏବଂ ପରିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri