ସରିଥିଲା ନିର୍ବନ୍ଧ; ହେଲେ ବିବାହର ଠିକ୍‌ ପୂର୍ବରୁ ଭାଙ୍ଗି ଯାଇଥିଲା ଏହି କଳାକାରଙ୍କ ସମ୍ପର୍କ

ବମ୍ବେ: ନିର୍ବନ୍ଧ ପରେ ବିବାହ ମାତ୍ର ଗୋଟିଏ ପାଦର ରାସ୍ତା। ଏଣୁ କଳାକାରଙ୍କ ନିର୍ବନ୍ଧ ଖବର ଆସିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ସବୁ ନିର୍ବନ୍ଧ ପରେ ବିବାହ ପର୍ଯ୍ୟନ୍ତ ପହଞ୍ଚିପାରେନାହିଁ। ଅଧାରୁ ଭାଙ୍ଗିଯାଏ। ବଲିଉଡ୍‌ଜଗତରେ ଏଭଳି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିର୍ବନ୍ଧ ପରେ ଏବଂ ବିବାହର ଠିକ୍‌ ପୂର୍ବରୁ ସମ୍ପର୍କ ଛିନ୍ନ କରିଛନ୍ତି।

ସଲମାନ ଖାନ୍‌-ସଙ୍ଗୀତା ବିଜଲାନୀ:
ସଲମାନଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଏବେ ତାଙ୍କୁ ୫୫ ବର୍ଷ ହେଲାଣି। ବିଗତ ଦିନରେ ଏକାଧିକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଶୁଣାଯାଇଛି। ଏପରିକି ଅଭିନେତ୍ରୀ ତଥା ମଡେଲ ସଙ୍ଗୀତାଙ୍କ ସହ ସେ ବିବାହ କରିବାକୁ ଚାହିଁଥିବା କୁହାଯାଏ। ଉଭୟଙ୍କ ବିବାହ କାର୍ଡ ମଧ୍ୟ ଛପା ସରିଥିଲା। ହେଲେ କଥିତ ଭାବେ ସଲମାନ ଧୋକା ଦେଉଥିବା ଜାଣିବା ପରେ ସଙ୍ଗୀତା ନିଜ ଆଡ଼ୁ ସମ୍ପର୍କ ଛିନ୍ନ କରିଥିଲେ।

କରିସ୍ମା କପୁର-ଅଭିଷେକ ବଚ୍ଚନ:
ଅଭିଷେକ ଏବେ ନୀଳନୟନା ଐଶ୍ୱର୍ଯ୍ୟାଙ୍କ ସ୍ବାମୀ। ହେଲେ ପୂର୍ବରୁ ଅଭିନେତାଙ୍କ ବିବାହ କରିସ୍ମାଙ୍କ ସହ ହେବାର ଥିଲା। ୨୦୦୨ରେ ଉଭୟଙ୍କ ନିର୍ବନ୍ଧ ସରିଥିଲା। ଅମିତାଭ ବଚ୍ଚନଙ୍କ ୬୦ତମ ଜନ୍ମଦିନରେ ଏହି ଯୋଡ଼ି ପରସ୍ପରକୁ ମୁଦି ପିନ୍ଧାଇଥିଲେ। ହେଲେ ପରେ ସେମାନେ ଅଲଗା ହୋଇଯାଇଥିଲେ।

କରନ ସିଂହ ଗ୍ରୋଭର-ବରଖା ବିଷ୍ଟି:
କରନ ବିପାଶା ବସୁଙ୍କୁ ବିବାହ କରିଛନ୍ତି। ହେଲେ ଏହା ପୂର୍ବରୁ ଅଭିନେତା ଦୁଇଟି ବିବାହ କରିଥିଲେ। ସେମାନଙ୍କ ପୂର୍ବରୁ ୨୦୦୪ରେ କରନ ବରଖାଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ବିବାହ ପୂର୍ବରୁ ଏହା ଭାଙ୍ଗି ଯାଇଥିଲା।

ମହରୀନ ପୀରଜାଦା-ଭବ୍ୟା ବିଶୋଇ:
ରାଜନେତା ଭବ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିନେତ୍ରୀ ମହରିନ। ହେଲେ ଜୁଲାଇରେ ସେ ନିର୍ବନ୍ଧ ଭାଙ୍ଗିଛନ୍ତି। ଉଭୟ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସାଜିଦ ଖାନ-ଗୌହର ଖାନ:
ଫିଲ୍ମନିର୍ମାତା ସାଜିଦ ଏବଂ ଗୌହର ପ୍ରେମରେ ଥିଲେ। ଉଭୟ ନିର୍ବନ୍ଧ ମଧ୍ୟ କରିଥିଲେ। ହେଲେ ପରେ ଏହା ଭାଙ୍ଗି ଯାଇଥିଲା।

Share