ବିବାହ କରି ନ ପାରି ସଲମାନ୍‌ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ

ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ ଅନୁସାରେ ବହୁତ କମ୍‌। ଅର୍ଥାତ୍‌ ୨ ଫୁଟରୁ ସାମାନ୍ୟ ଅଧିକ। ତାଙ୍କର ବିବାହ ପ୍ରସ୍ତାବ ଯେଉଁଠାକୁ ଯାଉଛି ସବୁଠାରୁ ରିଜେକ୍ଟ ହୋଇଯାଉଛି। ତେଣୁ ଏବେ ସେ ନିଜ ବିବାହକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି। ଶେଷରେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ସହାୟତା ଲୋଡିଛନ୍ତି। ତେବେ ଖାଲି ସଲମାନ୍‌ ନୁହନ୍ତି, ବିବାହରେ ଉପୁଜୁଥିବା ସମସ୍ୟା ନେଇ ସେ ସ୍ଥାନୀୟ ପୋଲିସର ସହାୟତା ମଧ୍ୟ ମାଗିଛନ୍ତି। ନିକଟରେ ଆଜୀମ ସଦର କୋତଓ୍ବାଲି ଥାନାରେ ପହଞ୍ଚି ବିବାହ ପାଇଁ ନିବେଦନ କରିଥିଲେ। ଏ ନେଇ ଆଜୀମ କହିଛନ୍ତି, ମୋର ବିବାହ ହୋଇପାରୁ ନାହିଁ। ଏଥିପାଇଁ ମୁଁ କୋତଓ୍ବାଲିକୁ ଯାଇଥିଲି। ମାତ୍ର ସେଠାରେ କିଛି ହେଲା ନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବି। ସେ ମୋତେ ସାହାଯ୍ୟ କରିବେ ବୋଲି କହିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଆଜୀମ ବିବାହରେ ସହାୟତା ପାଇଁ ସଲମାନ୍‌ଙ୍କୁ ମଧ୍ୟ ନିବେଦନ କରିଛନ୍ତି।

Share