ଆଲିଆଙ୍କୁ ଝଟ୍‌କା

ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ର ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’‌ ହେଉଛି ୨୦୨୦ର ବର୍ଷର ସବୁଠୁ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ କରୋନା ମହାମାରୀ ହେତୁ ବର୍ତ୍ତମାନ ଏହାର ରିଲିଜ୍‌କୁ ଚଳିତ ବର୍ଷ ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଫିଲ୍ମର ପୋଷ୍ଟର ଏବଂ ଟିଜର ମୁକ୍ତିଲାଭ କରିଥିଲା। କିନ୍ତୁ ଫିଲ୍ମଟି ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଏହି ସମୟରେ ଫିଲ୍ମ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଫିଲ୍ମରୁ ହଟାଇ ଦିଆଯିବ ବୋଲି କୁହାଯାଉଛି। ଆଲିଆଙ୍କ ବଦଳରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଏଥିସହିତ ଏହା ପଛରେ ଏକ ବିବାଦ ଦେଖାଦେଇଛି ବୋଲି ମଧ୍ୟ ଆଶଙ୍କା କରାଯାଉଛି। ନିକଟରେ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସଡ଼କ-୨’ର ଟ୍ରେଲର ଏବଂ ଗୀତ ରିଲିଜ ହେବାପରେ ୟୁଟ୍ୟୁବରେ ଏହାକୁ ରେକର୍ଡସଂଖ୍ୟକ ଦର୍ଶକ ନାପସନ୍ଦ କରିଥିଲେ। ଏହା ଦର୍ଶକ ଆଲିଆଙ୍କୁ ଅସ୍ବୀକାର କରୁଥିବା ସୂଚାଉଛି। ଏଭଳି ପରିସ୍ଥିତିରେ ଆଲିଆଙ୍କ ହାତରୁ ଆର୍‌ଆର୍‌ଆର୍‌ ଯିବା ଏକ ବଡ଼ ଝଟ୍‌କା ହେବ ବୋଲି କୁହାଯାଉଛି।

Share