୯ ବର୍ଷରେ ୧୫ ଫିଲ୍ମରେ କାମ କରିଛନ୍ତି ଆଲିଆ: ଏବେ ଏତିକି କୋଟିର ମାଲିକାଣୀ

ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ସାନ ଝିଅ ଆଲିଆ ଭଟ୍ଟ ଇତିମଧ୍ୟରେ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୫ ମାର୍ଚ୍ଚ, ୧୯୯୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଆଲିଆ। ଶିଶୁ କଳାକାର ଭାବେ ସେ ଫିଲ୍ମ ‘ସଂଘର୍ଷ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମୁଖ୍ୟ ଅଭିନେତ୍ରୀ ରୂପେ ସେ ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରୁ ଅଭିନୟ ଆରମ୍ଭ କରିଥିଲେ। ପରେ ହାଇଓ୍ବେ, ୨ ଷ୍ଟେଟ୍‌ସ୍‌, ହମ୍ପ୍‌ଟି ଶର୍ମା କି ଦୁଲହନିୟା, ଉଡ୍‌ତା ପଞ୍ଜାବ, ଡିୟର ଜିନ୍ଦେଗୀ, ବଦ୍ରୀନାଥ କି ଦୁଲ୍‌ହନିୟା, ରାଜି ଏବଂ ଗଲିବୟ ପରି ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ତେବେ ଆଲିଆଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଏକ ରିପୋର୍ଟ ଅନୁଯାୟୀ ତାଙ୍କ ପାଖରେ ୧୦ ମିଲିୟନ ଅର୍ଥାତ୍‌ ୭୪ କୋଟିର ପ୍ରପର୍ଟି ରହିଛି। ଏଥିମଧ୍ୟରେ କେବଳ ୫୪ କୋଟି ଟଙ୍କାର କେବଳ ୪ଟି ଘର ଅଛି।
ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୦ରେ ଆଲିଆ ବାନ୍ଦ୍ରାରେ ରଣବୀର କପୁର ରହୁଥିବା ବିଲ୍ଡିଂରେ ନିଜର ଏକ ଆପାର୍ଟମୋଣ୍ଟ କିଣିଛନ୍ତି। ଆଲିଆଙ୍କର ଏହି ଘର ୨୪୬୦ ସ୍କୋୟାରଫିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ମୂଲ୍ୟ ୩୨ କୋଟି ଟଙ୍କା। ବର୍ତ୍ତମାନ ଆଲିଆ ବଡ଼ ଭଉଣୀ ଶାହୀନ ଭଟ୍ଟଙ୍କ ସହ ଜୁହୁସ୍ଥିତ ଘରେ ରହୁଛନ୍ତି। ତେବେ ଖୁବ୍‌ଘୀଘ୍ର ସେ ନିଜର ନୂଆ ପାର୍ଟମେଣ୍ଟକୁ ଶିପ୍ଟ କରିବେ ବୋଲି ଜଣାପଡ଼ିଛି।
ମୁମ୍ବାଇସ୍ଥିତ ଜୁହୁଠାରେ ଆଲିଆଙ୍କର ପୂର୍ବରୁ ମଧ୍ୟ ଆଉ ଏକ ବଙ୍ଗଳା ରହିଛି। ଯାହାର ମୂଲ୍ୟ ୧୩.୧୧ କୋଟି ଟଙ୍କା ହେବ। ଏଥିସହ ୨୦୧୫ରେ ଏହି ସମାନ ସୋସାଇଟିରେ ଆଲିଆ ଅନୁପମ ଖେରଙ୍କଠାରୁ ୨ଟି ଫ୍ଲାଟ କିଣିଥିଲେ। ଗୋଟିଏର ମୂଲ୍ୟ ୫.୧୬ କୋଟି ଏବଂ ଅନ୍ୟଟିର ମୂଲ୍ୟ ୩.୮୩ କୋଟି ଟଙ୍କା। ଆଲିଆଙ୍କ ଏହି ଘରକୁ ବଲିଉଡ୍‌ ନିର୍ଦ୍ଦେଶକ ବିକାଶ ବହଲଙ୍କ ସ୍ତ୍ରୀ ରିଚା ବହଲ ଡିଜାଇନ୍‌ କରିଥିଲେ। ଖୁବ୍‌ଶୀଘ୍ର ଆଲିଆଙ୍କୁ ଗଙ୍ଗୁବାଇ, କାଠିଆଓ୍ବାଡି, ବ୍ରହ୍ମାସ୍ତ୍ର ଏବଂ ଆର୍‌ଆର୍‌ଆର୍‌ ଆଦି ଫିଲ୍ମରେ ଦେଖିବାକୁ ମିଳିବ।

Share