ଅଭିନୟ ପରେ ଏହି କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିବେ ଆଲିଆ

ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ବ୍ଲକବାଷ୍ଟର ଫିଲ୍ମରେ ଅଭିନୟ କରିବା ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରଯୋଜିକା ହେବାକୁ ମନ ବଳାଇଛନ୍ତି। ନିଜେ ଆଲିଆ ଏହା କହିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ପ୍ରଡକ୍ସନ ହାଉସ୍‌ର ଅଫିସିଆଲି ଘୋଷଣା କରିଛନ୍ତି। ଯାହାର ନାମ ସେ ‘ଇଟରନାଲ ସନ୍‌ସାଇନ୍‌ ପ୍ରଡକ୍ସନ ହାଉସ୍‌’ ରଖିଛନ୍ତି। ଏବେ ଆଲିଆ ଫିଲ୍ମରେ ଅଭିନୟ ସାଙ୍ଗକୁ ନିର୍ମାଣ କାମ ମଧ୍ୟ କରିବେ। ଅଭିନେତ୍ରୀଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଏହାରି ମଧ୍ୟରେ ଆଲିଆଙ୍କ ପ୍ରଡକ୍ସନ ହାଉସ୍‌ କାର୍ଯ୍ୟାଳୟର ଫଟୋ ସାମ୍ନାକୁ ଆସିଛି। ଫଟୋରେ ଆଲିଆଙ୍କ ଅଫିସ କୌଣସି ପଞ୍ଚତାରକା ହୋଟେଲଠାରୁ କିଛି ନ ଥିବା ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି।

Share