Advertisement

ପ୍ରଥମ ପସନ୍ଦ ନ ହୋଇ ବି ଏସବୁ ଚରିତ୍ରରେ ଜୀବନ ଭରିଥିଲେ ନୀଳନୟନା, ଫିଲ୍ମ ହୋଇଥିଲା ସୁପର ହିଟ

ମୁମ୍ବାଇ: ଐଶ୍ୱଯ୍ୟା ରାୟ ବଚ୍ଚନ ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହାପରେ ଏବେବି ସେ ପୂର୍ବପରି ଦର୍ଶକଙ୍କ ପ୍ରଥମ ପସନ୍ଦ ନାୟିକା ହୋଇ ରହିଛନ୍ତି । ବଲିଉଡର ଏହି ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ମିସ ୱାର୍ଲ ଟାଇଟଲ ହାସଲ କରିବା ପରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ତାଙ୍କ ସୁନ୍ଦରତା ସାଙ୍ଗକୁ ଅଭିନୟରେ ମାହିର ଥିବା ଐଶ୍ୱର୍ଯ୍ୟା ଦର୍ଶକଙ୍କ ନିକଟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ କିଛି ହିଟ୍ ମୁଭି ଆଜିବି ଦର୍ଶକେ ଯେତେଥର ଦେଖିଲେ ମନ ବୁଝେନାହିଁ ବୋଲି କୁହାଯାଏ । ତେବେ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏମିତି କିଛି ମୁଭି ଅଛି ଯେଉଁଥିରେ ତାଙ୍କୁ ପ୍ରଥମ ପସନ୍ଦ ନାୟିକା ଭାବେ ଗ୍ରହଣ କରାଯାଇ ନ ଥିଲା । କିନ୍‌ୁ ଯେତେବେଳେ ଏହି ଅଫିର ତାଙ୍କ ନିକଟକୁ ଆସିଥିଲା ସେତେବେଳେ ସେ ଏସବୁ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ ଏହା ବକ୍ସ ଅଫିସରେ କମାଲ କରିଥିଲା ।

କିନ୍ତୁ ଯେତେବେଳେ ଏହି ଅଫର ତାଙ୍କ ନିକଟକୁ ଆସିଥିଲା ସେତେବେଳେ ସେ ଏସବୁ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ ଏହା ବକ୍ସ ଅଫିସରେ କମାଲ କରିଥିଲା ।
ବଲିଉଡର ସୁପରହିଟ୍ ମୁଭି ‘ଦେବଦାସ’ର ଷ୍ଟାର କାଷ୍ଟରେ ଥିଲେ ଶାହାରୁଖ ଖାଁ, ଐଶ୍ୱର୍ଯ୍ୟା ରାୟ ଓ ମାଧୁରୀ ଦିକ୍ଷିତ । ଏହା ବକ୍ସ ଅଫିସରେ କମାଲ କରିଥିଲା । ହେଲେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ପ୍ରଥମ ପସନ୍ଦରେ କରିନା କପୁରଙ୍କୁ ପାରୋ ଭୂମିକା ପାଇଁ ବାଛିଥିଲେ । କରିନା ବି ଏଥିପାଇଁ ସ୍କ୍ରିନ୍ ଟେଷ୍ଟ ଦେଇ ସାରିଥିଲେ । ହେଲେ ଭଂସାଲି ସାହେବ କାହାକୁ କିଛି ନ କହି କରିନାକୁ ରିପ୍ଲେସ କରି ଐଶ୍ୱର୍ଯ୍ୟାଙ୍କୁ ପାରୋ ଭୂମିକାରେ ନେଇଥିଲେ । ଆଉ ଏଥିରେ ଐଶଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ ।
ସେହିପରି ମୁଭି ‘ହମ ଦିଲ ଦେ ଚୁକେ ସନମ’ରେ ସଞ୍ଜୟ ଲିଲା ଭଂସାଲି ସଲମାନଙ୍କ ଅପୋଜିଟରେ କରିନାଙ୍କୁ କାଷ୍ଟ କରିବାକୁ ଚିନ୍ତା କରିଥିଲେ । ହେଲେ ଏଜ୍ ଡିଫରେନ୍ସ କାରଣରୁ ଓ ବିଦେଶ ଗସ୍ତ ଦର୍ଶାଇ କରିନା ଏହି ଫିଲ୍ମରେ କାମ କରିବାକୁ ମନା କରିଥିଲେ । ଶେଷରେ ଭଂସାଲି ଐଶ୍ୱର୍ଯ୍ୟାଙ୍କୁ ସଲମାନଙ୍କ ଅପୋଜିଟରେ ନେଇଥିଲେ । ଏହାବି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନି ଭୂମିକାରେ ନଜର ଆସିଥିଲେ ।
ସେହିପରି ଏବେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ମୁଭି ‘ପୋନ୍ନିୟିନ ଲେଭମ ୧’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏଥିରେ ଐଶ୍ୱର୍ଯ୍ୟା ‘ ରାଣୀ ନନ୍ଦିନି’ ଭୁମିକାରେ ଅଭିନୟ କରିଛନ୍ତି । ତେବେ ଏକଥା ହୁଏତ ଅନେକ ଜାଣି ନ ଥିବେ ଯେ ଏହି ଚରିତ୍ର ପାଇଁ ପ୍ରଥମେ ମଣି ରତ୍ନମ ୮୦ ଦଶକର ନାୟିକା ରେଖାଙ୍କୁ ନେବାକୁ ଚିନ୍ତା କରିଥିଲେ । ଏକଥା ନିଜେ ମଣି ରତ୍ନମ ଏକ ସାକ୍ଷାତ୍‌କାରରେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନୟରେ ବିବାହ ପ୍ରତିବନ୍ଧକ ନୁହେଁ

ପ୍ରଶ୍ନ- ଅଭିନୟର ପ୍ରଥମ ସୁଯୋଗ କେମିତି ମିଳିଥିଲା? ଉତ୍ତର- ମୋ ମା’ ସଞ୍ଜୁକ୍ତା କର ଜଣେ ଅଭିନେତ୍ରୀ। ତେଣୁ ସେ ହିଁ ମୋତେ ଏ କ୍ଷେତ୍ରକୁ...

କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍‌ ସିଟ୍‌ରେ ନଜର ଆସିବେ ଦୂତୀ, ହିମା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍‌ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ...

ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍‌: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍‌ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍‌ ଖାନ...

କ’ଣ କରୁଛନ୍ତି ଇଲିଆନା

ଇଲିଆନା ଡି’ କ୍ରୁଜ ଏବେ କ’ଣ କରୁଛନ୍ତି ? ଯେହେତୁ ଏବେ ହାତରେ ସିନେମା ନାହିଁ ତେଣୁ ସେ ଗୋଟିଏ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି।...

ବିକି ଶ୍ରେଷ୍ଠ ଅଭିନେତା, କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ (ଆଇଆଇଏଫ୍‌ଏ) ପୁରସ୍କାର ୨୦୨୨ ଶେଷ ହୋଇଛି। ଆବୁଧାବିର ୟସ୍‌ ଆଇଲାଣ୍ଡରେ ଚାଲୁଥିବା ଏହି ପୁରସ୍କାର ଜୁନ ୨ରୁ ଆରମ୍ଭ ହୋଇ...

ବିଗ୍‌ ବି ଲେଖିଲେ କରୋନା କବିତା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୫।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ବିଗ୍‌ ବି ଅମିତାଭ ବଚ୍ଚନ ଲୋକଙ୍କୁ ସଚେତନ କରାଇବା ଲାଗି ଏକ କବିତା ଲେଖିଛନ୍ତି। ଏବେ...

ସଲମାନଙ୍କ ସହ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ସପ୍ତାହ ଧରି ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସେ ଗୋଟିଏ ପରେ ଗୋଟିଏ...

ପରଦାରେ ଅଜୟଙ୍କ ‘ଦେ ଦେ ପ୍ୟାର ଦେ’, କାହାଣୀ ଦର୍ଶକଙ୍କ ମନ କିଣୁଛି

ବମ୍ବେ: ଶୁକ୍ରବାର ପରଦାକୁ ଆସିଛି ବଲିଉଡ୍‌ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’। ଅଜୟ ଦେବଗନ, ରକୁଲପ୍ରିତ, ତବ୍ବୁ ଅଭିନିତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର...

Advertisement
Archives

Model This Week