ପ୍ରଥମ ପସନ୍ଦ ନ ହୋଇ ବି ଏସବୁ ଚରିତ୍ରରେ ଜୀବନ ଭରିଥିଲେ ନୀଳନୟନା, ଫିଲ୍ମ ହୋଇଥିଲା ସୁପର ହିଟ

ମୁମ୍ବାଇ: ଐଶ୍ୱଯ୍ୟା ରାୟ ବଚ୍ଚନ ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହାପରେ ଏବେବି ସେ ପୂର୍ବପରି ଦର୍ଶକଙ୍କ ପ୍ରଥମ ପସନ୍ଦ ନାୟିକା ହୋଇ ରହିଛନ୍ତି । ବଲିଉଡର ଏହି ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ମିସ ୱାର୍ଲ ଟାଇଟଲ ହାସଲ କରିବା ପରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ତାଙ୍କ ସୁନ୍ଦରତା ସାଙ୍ଗକୁ ଅଭିନୟରେ ମାହିର ଥିବା ଐଶ୍ୱର୍ଯ୍ୟା ଦର୍ଶକଙ୍କ ନିକଟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ କିଛି ହିଟ୍ ମୁଭି ଆଜିବି ଦର୍ଶକେ ଯେତେଥର ଦେଖିଲେ ମନ ବୁଝେନାହିଁ ବୋଲି କୁହାଯାଏ । ତେବେ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏମିତି କିଛି ମୁଭି ଅଛି ଯେଉଁଥିରେ ତାଙ୍କୁ ପ୍ରଥମ ପସନ୍ଦ ନାୟିକା ଭାବେ ଗ୍ରହଣ କରାଯାଇ ନ ଥିଲା । କିନ୍‌ୁ ଯେତେବେଳେ ଏହି ଅଫିର ତାଙ୍କ ନିକଟକୁ ଆସିଥିଲା ସେତେବେଳେ ସେ ଏସବୁ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ ଏହା ବକ୍ସ ଅଫିସରେ କମାଲ କରିଥିଲା ।

କିନ୍ତୁ ଯେତେବେଳେ ଏହି ଅଫର ତାଙ୍କ ନିକଟକୁ ଆସିଥିଲା ସେତେବେଳେ ସେ ଏସବୁ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ ଏହା ବକ୍ସ ଅଫିସରେ କମାଲ କରିଥିଲା ।
ବଲିଉଡର ସୁପରହିଟ୍ ମୁଭି ‘ଦେବଦାସ’ର ଷ୍ଟାର କାଷ୍ଟରେ ଥିଲେ ଶାହାରୁଖ ଖାଁ, ଐଶ୍ୱର୍ଯ୍ୟା ରାୟ ଓ ମାଧୁରୀ ଦିକ୍ଷିତ । ଏହା ବକ୍ସ ଅଫିସରେ କମାଲ କରିଥିଲା । ହେଲେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ପ୍ରଥମ ପସନ୍ଦରେ କରିନା କପୁରଙ୍କୁ ପାରୋ ଭୂମିକା ପାଇଁ ବାଛିଥିଲେ । କରିନା ବି ଏଥିପାଇଁ ସ୍କ୍ରିନ୍ ଟେଷ୍ଟ ଦେଇ ସାରିଥିଲେ । ହେଲେ ଭଂସାଲି ସାହେବ କାହାକୁ କିଛି ନ କହି କରିନାକୁ ରିପ୍ଲେସ କରି ଐଶ୍ୱର୍ଯ୍ୟାଙ୍କୁ ପାରୋ ଭୂମିକାରେ ନେଇଥିଲେ । ଆଉ ଏଥିରେ ଐଶଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ ।
ସେହିପରି ମୁଭି ‘ହମ ଦିଲ ଦେ ଚୁକେ ସନମ’ରେ ସଞ୍ଜୟ ଲିଲା ଭଂସାଲି ସଲମାନଙ୍କ ଅପୋଜିଟରେ କରିନାଙ୍କୁ କାଷ୍ଟ କରିବାକୁ ଚିନ୍ତା କରିଥିଲେ । ହେଲେ ଏଜ୍ ଡିଫରେନ୍ସ କାରଣରୁ ଓ ବିଦେଶ ଗସ୍ତ ଦର୍ଶାଇ କରିନା ଏହି ଫିଲ୍ମରେ କାମ କରିବାକୁ ମନା କରିଥିଲେ । ଶେଷରେ ଭଂସାଲି ଐଶ୍ୱର୍ଯ୍ୟାଙ୍କୁ ସଲମାନଙ୍କ ଅପୋଜିଟରେ ନେଇଥିଲେ । ଏହାବି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନି ଭୂମିକାରେ ନଜର ଆସିଥିଲେ ।
ସେହିପରି ଏବେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ମୁଭି ‘ପୋନ୍ନିୟିନ ଲେଭମ ୧’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏଥିରେ ଐଶ୍ୱର୍ଯ୍ୟା ‘ ରାଣୀ ନନ୍ଦିନି’ ଭୁମିକାରେ ଅଭିନୟ କରିଛନ୍ତି । ତେବେ ଏକଥା ହୁଏତ ଅନେକ ଜାଣି ନ ଥିବେ ଯେ ଏହି ଚରିତ୍ର ପାଇଁ ପ୍ରଥମେ ମଣି ରତ୍ନମ ୮୦ ଦଶକର ନାୟିକା ରେଖାଙ୍କୁ ନେବାକୁ ଚିନ୍ତା କରିଥିଲେ । ଏକଥା ନିଜେ ମଣି ରତ୍ନମ ଏକ ସାକ୍ଷାତ୍‌କାରରେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri