ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏହି ଯୋଡ଼ି ସୋସିଆଲ ମିଡିଆରେ ଫଟୋ ଶେୟାର କରି ସମସ୍ତଙ୍କୁ ଚୁପ୍‌ କରାଇଛନ୍ତି। ବିବାହ ନୁହେଁ କେବଳ ଦୁହିଁଙ୍କ ନିର୍ବନ୍ଧ ସରିଛି ବୋଲି ଜଣାପଡ଼ିଛି। ଏବେ ତାଙ୍କ ପ୍ରଶଂସକ ଉଭୟଙ୍କ ସୁନ୍ଦର ଫଟୋ ଦେଖି ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଉଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ଅଦିତି ନିର୍ବନ୍ଧ ମୁଦିକୁ ସମସ୍ତଙ୍କୁ ଦେଖାଇଛନ୍ତି। ଏପରିକି ବିବାହ ପାଇଁ ସେ ହଁ କହିଥିବା ଲେଖିଛନ୍ତି।

୨୦୨୧ରୁ ଏହି ଯୋଡ଼ି ପରସ୍ପରକୁ ଡେଟ୍‌ କରୁଥିଲେ। ଫିଲ୍ମ ‘ମହା ସମୁଦ୍ରମ’ରୁ ଉଭୟଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଥିଲା। ସୋସିଆଲ ମିଡିଆରେ ଦୁହେଁ ଏକାଠି ଫଟୋ ପୋଷ୍ଟ କରିଥିଲେ। ତେବେ ଅଦିତିଙ୍କ ଏହା ଦ୍ୱିତୀୟ ବିବାହ ହେବ। ଏହା ପୂର୍ବରୁ ସେ ୨୦୦୯ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ହେଲେ ୪ ବର୍ଷ ପରେ ସେମାନେ ଅଲଗା ହୋଇଥିଲେ।

Share